Categories: ଖେଳ

ଡେବ୍ୟୁ ମ୍ୟାଚ୍‌ରେ ତ୍ରିଶତକ ମାରି ବିଶ୍ୱ ରେକର୍ଡ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୮।୨: ପଦାର୍ପଣ ମ୍ୟାଚ୍‌ରେ ତ୍ରିଶତକ ମାରି ବିଶ୍ୱ ରେକର୍ଡ କରିଛନ୍ତି ବିହାରର ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ସାକିବୁଲ ଗାନି। ଚଳିତ ରଣଜୀ ଟ୍ରଫିରେ ମିଜୋରାମ ବିରୋଧରେ ସେ ତ୍ରିଶତକୀୟ ଇନିଂସ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟର ଭାବେ ଏଭଳି କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି ସେ।

ବିହାର ପାଇଁ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସାକିବୁଲ ୪୦୫ ବଲ୍‌ ଖେଳି ୩୪୧ ରନ୍‌ କରିଛନ୍ତି। ଏଥିରେ ୨ ଛକା ଏବଂ ୫୬ ଚୌକା ରହିଛି। ପୂର୍ବରୁ ମଧ୍ୟପ୍ରଦେଶର ଅଜୟ ରୋହେରାଙ୍କ ନାମରେ ଏହି ରେକର୍ଡ ଥିଲା। ସେ ୨୦୧୯-୨୦ରେ ହାଇଦ୍ରାବାଦ ବିପକ୍ଷରେ ନିଜର ଡେବ୍ୟୁ ମ୍ୟାଚ ଖେଳି ଅପରାଜିତ ୨୬୭ ରନ୍‌ କରିଥିଲେ।

Share