Categories: ଜାତୀୟ

ସାକିନାକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ,୨।୬: ସାକିନାକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମୋହନ ଚୌହାନଙ୍କୁ ମୁମ୍ବାଇ ସେସନ୍ସ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ଏହାକୁ ଏକ ବିରଳ ମାମଲା ବୋଲି କହିଛନ୍ତି। ଏଭଳି ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ରାଜ୍ୟ ସରକାର କୋର୍ଟରେ ଦାବି କରିଛନ୍ତି।
ଅଭିଯୁକ୍ତ ମୋହନ ଚୌହାନ ଅନ୍ଧେରିର ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷ ବୟସ୍କା ପ୍ରଥମେ ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ପ୍ରାଇଭେଟ୍‌ ପାର୍ଟରେ ମାରଣାସ୍ତ୍ର ପୂରାଇ ତାଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତ ମୋହନ ପେଶାରେ ଡ୍ରାଇଭର ଥିଲେ। କୋର୍ଟରେ ଏହି ମାମଲାର ଶୁଣାଣି କରାଯାଉଥିବାବେଳେ ସେ ପୀଡିତା ପକ୍ଷର ଓକିଲମାନଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏତେ ବଡ଼ ଭୁଲ୍‌ କରିବା ପରେ ମଧ୍ୟ ତାଙ୍କ ମନରେ ଆଦୌ ପଶ୍ଚାତାପ ନ ଥିଲା।

Share