Categories: ଖେଳ

ଧୋନୀଙ୍କ ଛକାରେ ଝୁମିଉଠିଲେ ପତ୍ନୀ ସାକ୍ଷୀ

ଚେନ୍ନାଇ,୨।୫: ଧୋନୀଙ୍କ ଛକାରେ ଝୁମିଉଠିଲେ ପତ୍ନୀ ସାକ୍ଷୀ। ସାକ୍ଷୀଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଚାଲିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଚେନ୍ନାଇ ସୁପର କିଙ୍ଗସ୍‌ର ନିଜ ଘର ଏମ୍‌ ଏ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଦିଲ୍ଲୀ କ୍ୟାପିଟାଲସ୍‌ ମୁହଁମୁହିଁ ହୋଇଥିଲେ। ଚେନ୍ନାଇ ବ୍ୟାଟିଂ ସମୟରେ ଶେଷ ଓଭରରେ ଧୋନୀଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଶେଷ ଓଭରର ୫ମ ବଲରେ ଧୋନୀ ବଢ଼ିଆ ଛକା ମାରିଥିଲେ। ଏହି ଛକାରେ ପୁରା ଷ୍ଟାଡିୟମ ଝୁମିଉଠିଥିବା ବେଳେ ଧୋନୀଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନଥିଲେ। ଧୋନୀଙ୍କ ଏଭଳି ପ୍ରଦର୍ଶନରେ ଷ୍ଟାଡିୟମରେ ବସିଥିବା ସାକ୍ଷୀ ନାଚି ଉଠିବା ସହ ତାଳି ମାରିବାକୁ ଲାଗିଥିଲେ। ତାଙ୍କର ଏହି ଦୃଶ୍ୟ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାକୁ ଲାଗିଛି। ଧୋନୀଙ୍କ ଏହି ଶଟ୍‌ରେ ପୁରା ଷ୍ଟାଡିୟମ ଝୁମି ଉଠିଥିଲା। ଧୋନୀଙ୍କ ପ୍ରାୟ ସବୁ ମ୍ୟାଚରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ତାଙ୍କୁ ଚିୟର ଅଫ୍‌ କରୁଥିବା ଦେଖିବାକୁ ମିଳିଥାଏ। ବୁଧବାର ମ୍ୟାଚର ଶେଷ ଓଭରରେ ଧୋନୀଙ୍କ ଏହି ଶଟ୍‌ ଦିଲ୍ଲୀ କ୍ୟାପିଟାଲସ୍‌କୁ  ୮୦ ରନ୍‌ରେ ପଛରେ ପକାଇଦେଇଛି। ଏହାକୁ ମାତ୍‌ ଦେବା ପରେ ୮ଟି ଟିମ୍‌ର ପଏଣ୍ଟ ଟେବୁଲରେ ଚେନ୍ନାଇ ନିଜର ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଏହି ମ୍ୟାଚରେ ଧୋନୀ ୩ଟି ଛକା ଓ ୪ଟି ଚୌକା ମାରିବା ସହ ୨୨ ବଲ୍‌ରେ ୪୪ ରନ୍‌ କରିଥିଲେ।

Share