ଦୁବାଇ,୧୬।୧୦: ଚତୁର୍ଥ ଥର ପାଇଁ ଆଇପିଏଲ୍ ଟାଇଟଲ ଜିତି ଚର୍ଚ୍ଚାରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଏସବୁ ମଧ୍ୟରେ ଧୋନୀ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ସାକ୍ଷୀ ୪ ମାସର ଗର୍ଭବତୀ ଥିବା ସୁରେଶ ରାଇନାଙ୍କ ସ୍ତ୍ରୀ ପ୍ରିୟଙ୍କା ରାଇନା ସ୍ପଷ୍ଟ କରିଥିବା କୁହାଯାଉଛି। ହେଲେ ଏନେଇ ଆଧିକାରୀକ ଭାବେ କୌଣସି ସୂଚନା ମିଳିପାରିନାହିଁ।
ପୁଣି ଥରେ ଧୋନୀ ବାପା ହେବାକୁ ଯାଉଥିବା ଖବର ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଉଭୟଙ୍କ ଅନେକ ଫଟୋ ଘୁରିବୁଲୁଛି। ସେଥିରୁ କିଛି ଫଟୋରେ ସାକ୍ଷୀ ଗର୍ଭବତୀ ଥିବା ଭଳି ଲାଗୁଛନ୍ତି। ପ୍ରଶଂସକମାନେ ଏହାକୁ ନେଇ ଖୁସି ପ୍ରକଟ କରିବା ସହ ଧୋନୀ ଏବଂ ସାକ୍ଷୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ଉତ୍ତରାଖଣ୍ଡର ଡେରାଡୁନରେ ସାକ୍ଷୀଙ୍କ ଜନ୍ମ। ୨୦୧୦ରେ ସେ ଧୋନୀଙ୍କୁ ବିବାହ କରିଥିଲେ। ପରେ ୨୦୧୫ରେ ଉଭୟ ପ୍ରଥମ ଥର ପାଇଁ ମା’ବାପା ହୋଇଥିଲେ। କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ସେ। ତେବେ ତାଙ୍କ ନାମ ଜିଭା ଧୋନୀ ରଖାଯାଇଥିଲା। ଏବେ ତାଙ୍କୁ ୬ ବର୍ଷ ହୋଇଥିବା ବେଳେ ସାକ୍ଷୀ ପୁଣିଥରେ ମା’ ହେବାକୁ ଯାଉଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏକଥା କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
Big news coming for #Dhoni fans 😍..#SakshiDhoni is four month pregnant…#Mahi Expecting for #second #baby..
That’s why so much emotions.. That’s why this victory is best… That’s what Gift by our #Thala to her… Best Ending.. #Csk #IPLFinal #WhistlePodu #Yellove #CSKvsKKR pic.twitter.com/yDoN2GWYkb— Vishal Singh (@fans4AlexZverev) October 15, 2021
Junior #ThalaDhoni arriving Soon😍#SakshiDhoni #MSDhoni pic.twitter.com/hb60eWlAnO
— Pavan💫🔔 (@pavan173173) October 16, 2021