ବିବାହ ପୂର୍ବରୁ ସମସ୍ତେ ପଛରେ ପଡ଼ନ୍ତି, ପରେ ବଦଳି ଯାଆନ୍ତି: ସାକ୍ଷୀ ଧୋନୀ

ବମ୍ବେ: ୨୦୧୦ରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ହାତ ଧରିଥିଲେ ସାକ୍ଷୀ ସିଂହ ଧୋନୀ। ଏବେ ବିବାହକୁ ୧୩ ବର୍ଷ ବିତିଥିବା ବେଳେ ଦୁହେଁ ପରସ୍ପର ସହ ବେଶ ଖୁସି ଅଛନ୍ତି। ଉଭୟଙ୍କ ଲଭଷ୍ଟୋରୀକୁ ଫିଲ୍ମରେ ଲୋକେ ଦେଖି ସାରିଥିଲେ ହେଁ ଏବେ ବି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ରହିଛି। ନିକଟରେ ସାକ୍ଷୀ ଧୋନୀଙ୍କ ସହ ବିବାହକୁ ନେଇ ଅନେକ କିଛି କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପରେ ସାକ୍ଷୀ କହିଛନ୍ତି ବିବାହ ପୂର୍ବରୁ ଆମ ଭିତରେ ଅଧିକ ରୋମାନ୍ସ ନ ଥିଲା। ଆମେ ବହୁତ କଥା ହେଉଥିଲୁ। ପରସ୍ପରକୁ ଚିଡାଉଥିଲୁ। ଏବେ ବିବାହ ହୋଇସାରିଛି। ବିବାହ ପରେ ସବୁ ବଦଳିଯାଇଛି। ସମସ୍ତେ ପ୍ରଥମେ ତୁମ ପଛରେ ପଡ଼ନ୍ତି। ହେଲେ ବିବାହ ପରେ କୁହନ୍ତି, ହଁ, ସେ ଏବେ ଖାଲି ମୋର, କୁଆଡେ ଆଉ ଯିବ। ଏଣୁ ଏବେ ଆମ ଭିତରେ ସେତେଟା ରୋମାନ୍ସ ନ ଥିଲେ ବି ପରସ୍ପରକୁ ଆମେ ଚିଡ଼ାଇବାର ମଉକା ଛାଡ଼ି ନ ଥାଉ ବୋଲି ସେ କହିଛନ୍ତି।

ସେହିଭଳି ଶାଶୁଙ୍କ ସହ ସମ୍ପର୍କକୁ ନେଇ ସାକ୍ଷୀ କହିଛନ୍ତି, ସେ ମୋର ଜଣେ ଭଲ ବନ୍ଧୁ। ମୁଁ ତାଙ୍କ ସହ ପ୍ରତିଟି କଥା ଶେୟାର କରେ। ଆମ ପରିବାର ତାଙ୍କ ବିନା ରହିବା ବିଷୟରେ ବିଲକୁଲ ଚିନ୍ତା କରି ପାରିବ ନାହିଁ।