‘୨୨ ଦିନ ହେଲା ଭାଜପାରୁ କେହି ଆସି ନାହାନ୍ତି ଆମ ପାଖକୁ’, ଅଭିଯୋଗ ଆଣିଲେ ମହିଳା ରେସଲର, ମହିଳା ଏମପିଙ୍କୁ ଲେଖିବେ ଚିଠି

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କ ଆଖିରେ ପୁଣିଥରେ ଲୁହ ଦେଖିବାକୁ ମିଳିଛି। ଏହି ମହିଳା ରେସଲରମାନେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ସାକ୍ଷି ମଲିକ, ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ ପ୍ରେସ କନଫରେନ୍ସ କରି କହିଛନ୍ତି, ୨୨ ଦିନ ହୋଇଗଲା ଏବେ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା)ର କେହି ଜଣେ ହେଲେ ନେତା ଆମ ନିକଟକୁ ଆସି ନାହାନ୍ତି।
ଅଲିମ୍ପିକ ପଦକ ବିଜେତା ସାକ୍ଷି ମଲିକ କହିଛନ୍ତି ସୋମବାର ଆମେ ଭାଜପା ମହିଳା ଏମପିକୁ ଚିଠି ଲେଖି ସହଯୋଗ ମାଗିବୁ। ତାଙ୍କ ଘରକୁ ଚିଠି ପଠାଇବୁ। ଆମକୁ ସବୁ ସମାଜର ଲୋକଙ୍କ ସହଯୋଗ ଦରକାର। ଆମେ ଯେଉଁ ଅଭିଯୋଗ ଆଣିଛୁ ତାହା ଠିକ, ସେଥିପାଇଁ ଆପଣ ସମସ୍ତେ ଆମ ସପକ୍ଷରେ ଆସନ୍ତୁ। ଭିନେଶ ଫୋଗାଟ ଅପିଲ କରିଛନ୍ତି, ମଙ୍ଗଳବାର ସମସ୍ତେ ନିଜ ନିଜ ଜିଲା ମୁଖ୍ୟାଳୟକୁ ଯାଇ ଅଭିଯୋଗ କରନ୍ତୁ, ଆମର ସମର୍ଥନରେ ୧୬ ମେ’ରେ ସତ୍ୟାଗ୍ରହ କରନ୍ତୁ।

Share