‘ମୁଁ କୁସ୍ତିରୁ ଅବସର ନେଉଛି’, ସଞ୍ଜୟ ସିଂ ଡବ୍ଲୁଏଫଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ପରେ କହିଲେ ସାକ୍ଷୀ ମଲିକ

ନୂଆଦିଲ୍ଲୀ,୨୧।୧୨: ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ରେସଲିଂ ଫେଡେରେଶନ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯିବା ପରେ ଏକ ବଡ଼ ବିବାଦ ଉପୁଜିଛି। ସାକ୍ଷୀ ମଲିକ କୁସ୍ତିରୁ ଅବସର ଘୋଷଣା କରିଛନ୍ତି। ଖବରଦାତା ସମ୍ମିଳନୀରେ ଭାବପ୍ରବଣ ଦେଖାଯାଉଥିବା ରେସଲର ସାକ୍ଷୀ କହିଛନ୍ତି ଯେ ଫେଡେରେଶନ ବିରୋଧରେ ଲଢେଇ ଅନେକ ବର୍ଷ ଲାଗିଛି। ଯିଏ ଆଜି ଅଧ୍ୟକ୍ଷ ହୋଇଛନ୍ତି, ସେ ତାଙ୍କ ପୁଅ ଠାରୁ ମଧ୍ୟ ପ୍ରିୟ ଅଟନ୍ତି କିମ୍ବା ଆପଣ କହିପାରିବେ, ତାଙ୍କ ଡାହାଣ ହାତ।

ଅନ୍ୟପଟେ ବିନେଶ ଫୋଗାଟ୍‌ କହିଛନ୍ତି , ଆମେ ସବୁ ପ୍ରକାର ଚେଷ୍ଟା କରିଛୁ ଏବଂ ତା’ପରେ ଦିଲ୍ଲୀ ରାସ୍ତାରେ ବସିଛୁ। ସଞ୍ଜୟ ସିଂଙ୍କୁ ଆଜି ଅଧ୍ୟକ୍ଷ କରାଯାଇଛି। ତାଙ୍କୁ ଅଧ୍ୟକ୍ଷ କରିବା ଅର୍ଥ ମହିଳା କୁସ୍ତିମାନଙ୍କୁ ପୁନର୍ବାର ଶିକାର ହେବାକୁ ପଡ଼ିବ ଆମେ ଯେଉଁ ଲଢେଇ ଲଢୁଥିଲୁ, ସେଥିରେ ସଫଳ ହୋଇପାରିଲୁ ନାହିଁ। ଦେଶରେ ନ୍ୟାୟ ମିଳିବ ତାହା ଆମେ ଜାଣି ନାହୁଁ। ଫୋଗାଟ୍‌ ଆହୁରି କହିଛନ୍ତି, ଅତ୍ୟନ୍ତ ଦୁଃଖର ବିଷୟ ଯେ ଆଜି କୁସ୍ତିର ଭବିଷ୍ୟତ ଅନ୍ଧକାରରେ ଅଛି। କାହାକୁ ଆମର ଦୁଃଖ ପ୍ରକାଶ କରିବାକୁ ଆମେ ଜାଣିନାହୁଁ ।

Share