Categories: ଖେଳ

ଧୋନୀଙ୍କ ଜନ୍ମ ଦିନରେ ଏମିତି ବ୍ୟବହାର ଦେଖାଇଲେ ସ୍ତ୍ରୀ, ଆଶ୍ଚର୍ଯ୍ୟ ହୋଇଗଲେ  …

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେ ୭ ଜୁଲାଇ ୧୯୮୧ ମସିହାରେ ଉତ୍ତରାଖଣ୍ଡ ଲାୱଲିରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫୁଟବଲ୍‌ରେ ରୁଚି ରଖୁଥିବା ଧୋନୀ ବିଶ୍ୱ କ୍ରିକେଟରେ ଜଣେ ପରିଚିତ ନାଁ। ଧୋନୀ ତାଙ୍କ ଘରେ ଖୁବ କମ ଅତିଥିଙ୍କ ସହ ଜନ୍ମିଦନ ପାଳନ କରିଛନ୍ତି। ଏ ନେଇ ଏକ ଭିଡିଓ ଇନଷ୍ଟାଗ୍ରାମ୍‌ରେ ଭାଇରାଲ ହେଉଛି। ଯେଉଁଥିରେ  ତାଙ୍କ ଜନ୍ମଦିନରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷେ ତାଙ୍କ ସ୍ତ୍ରୀ ସାକ୍ଷୀଙ୍କ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିି । ଭିଡିଓରେ ଦେଖିବାକୁ ମିଳୁଛି ଧୋନୀ କେକ୍‌ କାଟିବା ପରେ ସାକ୍ଷୀଙ୍କୁ କେକ୍‌ ଖୁଆଇଥିଲେ । ପରେ ସାକ୍ଷୀ ତାଙ୍କୁ କେକ୍‌ ଖୁଆଇ ପାଦ ଛୁଇଁ ପ୍ରଣାମ କରିବା ସହ ତାଙ୍କ ଦୀର୍ଘ ଆୟୁଷ କାମନା କରିଥିଲେ । ପରେ ଧୋନୀ ସଲମାନଙ୍କୁ କେକ ଖୁଆଇଥିଲେ । ତେବେ ସାକ୍ଷୀଙ୍କ ଏପରି ବ୍ୟବହାର  ଏବେ ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି।
Share