ପାଟଣା,୨୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମାଛଗଡ଼ ଦକ୍ଷିଣ ବିଟ ହରିଡ଼ାଗୋଠ ଜଙ୍ଗଲରୁ ଶୁକ୍ରବାର ୧୫ଟି ଶାଳଗଣ୍ଡିକୁ ବନ ବିଭାଗ ଜବତ କରିଛି।
ସୂଚନାଯୋଗ୍ୟ, ଗୁରୁବାର ରାତିରେ ହରିଡ଼ାଗଠ ଗୋଚର ଜମିରେ ମାଫିଆମାନେ କାଠ କାଟୁଥିବା ଖବର ପାଇ ପାଟଣା ରେଞ୍ଜରଟିକେଶ୍ୱର ମହାନ୍ତଙ୍କ ନେତୃତ୍ୱରେ ସାହାରପଡ଼ା ବନପାଳ ମୋହିନୀ ମହାନ୍ତ ଓ ପାରା ଷ୍ଟାଫ୍ ଚଢ଼ାଉ କରିଥିଲେ। ତେବେ କାଠ ମାଫିଆମାନେ ଆଗୁଆ ସୂଚନା ପାଇ ଫେରାର ହୋଇଯାଇଥିଲେ। ଜବତ କାଠଗୁଡ଼ିକର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊଦ୍ଧର୍ବ ହେବ ବୋଲି ରେଞ୍ଜର କହିଛନ୍ତି।