ରିଲିଜ୍‌ ହେବାର କିଛି ଘଣ୍ଟା ପରେ ଅନ୍‌ଲାଇନ୍‌ରେ ଲିକ୍‌

ବଲିଉଡ ଅଭନେତ୍ରୀ କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ମା ଏବଂ ପୁଅର ଏହି କାହାଣୀ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସୁଛି। ଇତି ମଧ୍ୟରେ ସଲାମ ଭେଙ୍କି ରିଲିଜ୍‌ ହେବା ମାତ୍ରେ ଫିଲ୍ମର ନିର୍ମାତାଙ୍କୁ ଏକ ବଡ଼ ଝଟକା ଲାଗିଛି। ରିଲିଜ୍‌ ହେବାର କିଛି ଘଣ୍ଟା ପରେ ଏହି ଫିଲ୍ମ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଛି। ଲୋକମାନେ ପାଇରେଟ ସାଇଟଗୁଡିକରେ ଏହି ଫିଲ୍ମକୁ ଦେଖୁଛନ୍ତି। ଯେଉଁଥିପାଇଁ ଫିଲ୍ମର ସଂଗ୍ରହ ପ୍ରଭାବିତ ହେବ। ଏହା ପ୍ରଥମ ଥର ନୁହେଁ ଯେ ଫିଲ୍ମ ରିଲିଜ୍‌ ହେବା ପରେ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଛି। ଏହାପୂର୍ବରୁ ଦୃଶ୍ୟମ, ଫ୍ରେଡି ସହ ଅନେକ ଚଳଚ୍ଚିତ୍ର ଏହାର ସମ୍ମୁଖୀନ ହୋଇଛନ୍ତି। ୩୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଖୁବ୍‌ କମ୍‌ ସଂଗ୍ରହ କରିଛି। ଖବର ଅନୁଯାୟୀ, ‘ସଲାମ ଭେଙ୍କି’ ପ୍ରଥମ ଦିନରେ ମାତ୍ର ୬୦ ଲକ୍ଷ ବ୍ୟବସାୟ କରିଛି।

Share