ଏହି ଦିନ ଓଟିଟିକୁ ଆସିବ ‘ସଲାମ ଭେଙ୍କି’

ମୁମ୍ବାଇ: ଚମତ୍କାର ଅଭିନୟ ସହିତ ବଲିଉଡରେ ଏକ ପରିଚୟ ସୃଷ୍ଟି କରିଥିବା କାଜୋଲ ଫେବୃୟାରୀ ୧୦ରେ ଓଟିଟିରେ ହଇଚଇ ସୃଷ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି। ବାସ୍ତବରେ, ଅଭିନେତ୍ରୀଙ୍କ ଚଳଚ୍ଚିତ୍ର ‘ସଲାମ ଭେଙ୍କି’ ଫେବୃୟାରୀ ୧୦ ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ କାଜୋଲ ଜଣେ ମାତା ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ୯ ଡିସେମ୍ବର ୨୦୨୨ ରେ ସିନେମାଘରେ ମୁକ୍ତିଲାଭ କରିଥିଲା। ହେଲେ ଦର୍ଶକ ‘ସଲାମ ଭେଙ୍କି’ ର ଓଟିଟି ରିଲିଜ୍‌କୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ବର୍ତ୍ତମାନ ଖୁବ୍‌ଶୀଘ୍ର ଦର୍ଶକଙ୍କ ଏହି ଅପେକ୍ଷା ଶେଷ ହେବାକୁ ଯାଉଛି। ଖବର ଅନୁଯାୟୀ, ଫେବୃୟାରୀ ୧୦ରେ ଓଟିଟି ପ୍ଲାଟଫର୍ମ ଜି-୫ରେ ମୁକ୍ତିଲାଭ କରିବ।

ଏହି ଅବସରରେ କାଜୋଲ କହିଛନ୍ତି , ‘ସଲାମ ଭେଙ୍କି’ରେ ସୁଜାତାର ଭୂମିକାରେ ଅଭିନୟ କରିବା ମୋ ପାଇଁ ଏକ ବଡ଼ କଥା। ମୁଁ ଏହି ଚଳଚ୍ଚିତ୍ରରୁ ଜାଣିଲି ଯେ ଜୀବନରେ କେତେବେଳେ କ’ଣ ହେବ ଜଣାନାହିଁ। ଏହି କାରଣରୁ ମୁଁ ଅନୁଭବ କରୁଛି ଯେ ଅତୀତ ଏବଂ ଭବିଷ୍ୟତର ଟେନସନ ନେବାରକୌଣସି ଆବଶ୍ୟକତା ନାହିଁ ଏବଂ ଜୀବନକୁ ଖୁସିରେ ବଞ୍ଚିବା ଆବଶ୍ୟକ।

Share