ସାଳନ୍ଦୀ ନଦୀବନ୍ଧ ମରାମତି ଦାବି

ଭଦ୍ରକ,୨।୧୨(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରକ ବ୍ଲକର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ମଧ୍ୟରେ ଥିବା ଦଇସିଂ, କାଉପୁର, ଓଲଙ୍ଗ, ରାନ୍ଦିଆ, ବାଉଦପୁର ଓ ବାମପାର୍ଶ୍ୱ ଅଧୀନରେ ଥିବା ଗେଲଟୁଆ, ବାଣିତିଆ, ଆମ୍ବରୋଳି ଓ ବନ୍ଧଗାଁ ମୋଟ ୯ ପଞ୍ଚାୟତବାସୀ ସାଳନ୍ଦୀ ନଦୀବନ୍ଧ ଉପରେ ଯାତାୟାତ ପାଇଁ ନିର୍ଭର କରୁଛନ୍ତି। ଏହାର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ସେମାନେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏନେଇ ଜିଲା ଯୁବ କଂଗ୍ରେସ ପକ୍ଷରୁ ଉପସଭାପତି ବଳରାମ ରାଉତଙ୍କ ନେତୃତ୍ୱରେ ଜିଲା କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର, ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ ଅଲ୍ଲୀ ଖାଁ, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ଦାସ, ଆଶିଷ କୁମାର ନାୟକ, ଅମୀୟ କୁମାର ନାୟକ, ଜ୍ଞାନରଞ୍ଜନ ବଳ, ଶମ୍ଭୁନାଥ ବାରିକ, ଅମିତ କୁମାର ପଣ୍ଡା ପ୍ରମୁଖ ସାଳନ୍ଦୀ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ. ରନତ୍ାକର ଦଳେଇଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘବର୍ଷ ଧରି ଏହି ରାସ୍ତାଗୁଡିକର ମରାମତି ହୋଇନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରା ନ ଗଲେ ଜିଲା ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଦଳେଇ ଆସନ୍ତା ୭ ଦିନ ମଧ୍ୟରେ ନିଜେ କ୍ଷେତ୍ରୀୟ ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ

ଜଗତସିଂହପୁର ଅଫିସ, ୨୨ା୧୨ (ପ୍ରମୋଦ କୁମାର ନାୟକ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ମାତ୍ରାଧିକ ବର୍ଷା...

ଆଜି ଶିମିଳିପାଳ ବନ୍ଦ

ବାରିପଦା,୨୨।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲଗାଣ ବର୍ଷା ଯୋଗୁ ରବିବାର ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି। ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ ଦୁଇଟି ଗେଟ୍‌...

ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା,୨୧ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ରେ ଚଳିତ ଖରିଫ ଋତୁରେ ଧାନମଣ୍ଡି ବିଭିନ୍ନ ସ୍ଥାନରେ ଶୁଭାରମ୍ଭ ହୋଇଥିବା ବେଳେ ମିଲର୍ସଙ୍କ ଦ୍ୱାରା ଧାନ ଉଠାଯାଉ...

ଚମାଖଣ୍ଡି ବିଭବ କେନ୍ଦ୍ରକୁ ବୁଲି ଦେଖିଲେ ୫ଟି ରାଜ୍ୟର ପ୍ରତିନିଧି ଦଳ

ଛତ୍ରପୁର, ୨୧ା୧୨(ଦିଲ୍ଲୀପ ସାମଲ): ଝାଡ଼ଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ର ପ୍ରତିନିଧୀ ଦଳ ଶନିବାର ଗଂଜାମ ଜିଲା ଚମାଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ...

ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ

କୋରାପୁଟ,୨୧।୧୨(ଅମିତାଭ ବେହେରା): ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ମରଶରୀର ଗାଁରେ ପହଞ୍ଚିବା ପରେ ଶହୀଦ ଯବାନ ଅମର ରହେ...

ଭାଇଚାରା ସହ ବଡ଼ଦିନ ପାଳନ ପାଇଁ ବାର୍ତ୍ତା ଦେଲେ ଯୁବସଂଘ

ବ୍ରାହ୍ମଣୀଗାଁ,୨୧।୧୨(ମନୋରଞ୍ଜନ ରଣା)- ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି । ଏହି ପର୍ବ ପାଳନ ପାଇଁ ବିଭିନ୍ନ ସମ୍ପ୍ରଦାୟ...

ଡାବୁଲୁମାହାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣେ ନାବାଳକଙ୍କ ଜୀବନ, ୨ ଗୁରୁତର

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ ନଂ ଜାତୀୟ ରାଜପଥର ଡାବୁଲୁମାହାଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କ ମୃତ୍ୟୁ...

ବର୍ଷା ପାଣିରେ ବୁଡିଲା ଅମଳ ଧାନ

ଛତ୍ରପୁର,୨୧ା୧୨(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ଗତ ୩ଦିନ ହେଲା ଅଦିନିଆ ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପକ୍ଷରେ ଅମଳ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri