ସପ୍ତମ ବେତନ ହାରରେ ଦରମା ଦାବି:ଧାରଣାରେ ବସିଲେ ପ୍ୟାକ୍ସ କର୍ମଚାରୀ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଗୁରୁବାର ବରଗଡ଼ ଉପ ନିବନ୍ଧକ, ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଏଥି ସହିତ ସେମାନଙ୍କ ଦାବି ସମୂହ ନେଇ ସମବାୟ ସମିତିର ନିବନ୍ଧକଙ୍କ ଉଦ୍ଦେଶ୍ୟରେ କର୍ମଚାରୀମାନେ ବରଗଡ଼ ଉପ ନିବନ୍ଧକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ସପ୍ତମ ବେତନ ହାରରେ ଦରମା, ପଦୋନ୍ନତି ଆଦି ଦାବି କରାଯାଇଛି। ଦାବି ପୂରଣ ନ ହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।
ଦାବିପତ୍ରରେ ଉଲ୍ଲେଖ ରହିଛି, ପ୍ରାଥମିକ ସମବାୟ ସମିତିର କର୍ମଚାରୀମାନେ କୃଷିକାର୍ଯ୍ୟରେ ସବସିଡ଼ିରେ ବିହନ ଯୋଗାଣ, ରାସାନିକ ସାର, କୀଟନାଶକ ଯୋଗାଣ, କୃଷି ଉପକରଣ ଓ ଯନ୍ତ୍ରପାତି ଋଣ, କୃଷିଋଣ, ପ୍ରଧାନମନ୍ତ୍ରୀ ଫସଲବୀମାରେ ପଞ୍ଜୀକରଣ, ଗ୍ରାମାଞ୍ଚଳର ଚାଷୀଙ୍କୁ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଇବା, ଧାନ ସଂଗ୍ରହ ଆଦି ଯୋଜନାରେ କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ସେମାନଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା ମନୋଭାବ ପୋଷଣ କରି ଆସୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟର ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ କରାଯାଉଛି। ମାତ୍ର ଏଥିରେ ସମବାୟ ସମିତିର କର୍ମଚାରୀଙ୍କୁ ବାଦ୍‌ ଦିଆଯାଇଛି। ତେଣୁ ଉକ୍ତ ପତ୍ରକୁ ସରଳୀକରଣ କରାଯାଇ ସମିତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ ପାଇଁ ଦାବି ହୋଇଛି।
ସେହିପରି ସମବାୟ ସମିତିରେ କାର୍ଯ୍ୟରତ କର୍ମଚାରୀଙ୍କ ଅଭିଜ୍ଞତା, ବରିଷ୍ଠତା, ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟଦକ୍ଷତାକୁ ଭିତ୍ତି କରି କେନ୍ଦ୍ର ବ୍ୟାଙ୍କକୁ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ତାକୁ ଅଣଦେଖା କରି ସିଧାସଳଖ ବ୍ୟାଙ୍କରେ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ଦାବି ହୋଇଛି। ଏହା ସହିତ ସମିତିର ସଭ୍ୟମାନଙ୍କଠାରୁ ସଂଗୃହୀତ ଅଂଶଧନର ମାତ୍ର ୫୦ପ୍ରତିଶତ କେନ୍ଦ୍ର ବ୍ୟାଙ୍କରେ ଜମା ରଖିବା, ଧାନ ସଂଗ୍ରହ ବ୍ୟବସ୍ଥାରୁ ମିଳୁଥିବା କମିଶନ ଟଙ୍କାର ସୁଧରେ ଧାନ ବ୍ୟବସାୟ, ଚାଷୀ ପଞ୍ଜୀକରଣ, ଯାଞ୍ଚ ପ୍ରକ୍ରିୟା, ସାଟେଲାଇଟ୍‌ ସର୍ଭେକ୍ଷଣ ଆଦିରେ ନିୟୋଜିତ କର୍ମଚାରୀଙ୍କ ଦରମା, ଧାନ ବ୍ୟବସାୟରେ ବ୍ୟବହୃତ କାଗଜ, କମ୍ପ୍ୟୁଟର, ପ୍ରିଣ୍ଟର ଆଦି ଖର୍ଚ୍ଚ ଭରଣା କରିବା, ସମବାୟ ସମିତିର ସମ୍ପାଦକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ କ୍ୟାଡ଼ରଭୁକ୍ତ କରାଯିବା ଆଦି ଦାବି ହୋଇଛି। ଧାରଣାରେ ବରଗଡ଼ ଜିଲାରେ ରହିଥିବା ସମସ୍ତ ସମବାୟ ସମିତିର କର୍ମଚାରୀମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

ସାବଧାନ! ଆଇସକ୍ରିମ-କୋଲ୍ଡ ଡ୍ରିଙ୍କ୍ସରେ ମିଳିଲା ଡିଟରଜେଣ୍ଟ ପାଉଡର, ହାଡ଼ ଦୁର୍ବଳ କରୁଥିବା ରାସାୟନିକ ପଦାର୍ଥ

କଟକ,୨।୪: କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FDA) ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖାଦ୍ୟ ସୁରକ୍ଷା ତଦନ୍ତରେ ବେଙ୍ଗାଲୁରୁରେ ଆଇସକ୍ରିମ ଏବଂ ଥଣ୍ଡା...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମରେ ବିରାଜିତ ମା ’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅସ୍ଥାୟୀ...

ରାଜସ୍ବ କମିଶନରଙ୍କ ଦିଗପହଣ୍ଡି ଗସ୍ତ: ସଚେତନତା ରଥ ଉଦ୍‌ଘାଟନ, ଖଡ଼ିଛୁଆଁ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ

ଦିଗପହଣ୍ଡି,୨ା୪(ଅଶେଷ ନାଥ ମିଶ୍ର): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ ସାହୁ ବୁଧବାର ଦିଗପହଣ୍ଡି ଗସ୍ତ କରି ଫେରିଛନ୍ତି। ସେ ଦିଗପହଣ୍ଡି ସହରର ମଧୁବିଦ୍ୟାପୀଠ ପ୍ରାଥମିକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image