Categories: ଜାତୀୟ

ବେତନ ପାଇବା ମୌଳିକ ଅଧିକାର: ହାଇକୋର୍ଟ

ନୂଆଦିଲ୍ଲୀ, ୨୧।୧(ଆଇଏଏନ୍‌ଏସ୍‌): ବେତନ ଗ୍ରହଣ କରିବା ଏକ ମୌଳିକ ଅଧିକାର। ଭାରତୀୟ ସମ୍ବିଧାନରେ ଏହା ପ୍ରତିଷ୍ଠାପିତ ହୋଇଥିବା ଦିଲ୍ଲୀ ହାଇକୋର୍ଟ ବୁଧବାର କହିଛନ୍ତି। ଦିଲ୍ଲୀ ପୌର ନିଗମ ଏହାର କର୍ମଚାରୀମାନଙ୍କୁ ବେତନ ଓ ପେନ୍‌ସନ ଦେଇ ନ ଥିବାରୁ ଅଦାଲତ ଏହାକୁ ଭର୍ତ୍ସନା କରିଥିଲେ। ପାଣ୍ଠି ନ ଥିବା ଦର୍ଶାଇ ଖସିଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ବିପିନ ସିଂ ଏବଂ ରେଖା ପାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ। ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ଏବଂ ପୂର୍ବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନର କର୍ମଚାରୀମାନେ ବେତନ ଓ ପେନ୍‌ସନ ପାଇ ନ ଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବେତନ ଓ ପେନ୍‌ସନ ଗ୍ରହଣ କରିବା ମୌଳିକ ଅଧିକାର ବୋଲି ସମ୍ବିଧାନର ଅନୁଚ୍ଛେଦ ୨୧ରେ ଉଲ୍ଲେଖ ରହିଛି। ବେତନ ଓ ପେନ୍‌ସନ ନ ପାଇବା ଦ୍ୱାରା କର୍ମଚାରୀଙ୍କ ଜୀବନ ଧାରଣ ମାନ ଉପରେ ଏହାର ସିଧା ପ୍ରଭାବ ପଡ଼ିଥାଏ ବୋଲି ଖଣ୍ଡପୀଠ କହିଥିଲେ।

Share