୮୪୩ ଜିଓ ଟ୍ୟାଗ୍‌ଡ ଅଧିକାରୀଙ୍କ ଦରମା ବନ୍ଦ

ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୮୪୩ ଜିଓ ଟ୍ୟାଗ୍‌ଡ ଅଫିସରଙ୍କ ଦରମା ବନ୍ଦ କରାଯାଇଛି ା ଏ ନେଇ ଜିଲାପାଳ ହେମକାନ୍ତ ସୟ ବିଭାଗୀୟ ଚିଠି ନଂ. ୮୪୫୯/୨୮ ଅକ୍ଟୋବର ୨୦୨୪ ଅନୁଯାୟୀ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ୧୦୧୬ଜଣ ଅଫିସର ନିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩ଜଣ ଠିକ୍‌ ଭାବେ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଅବଶିଷ୍ଟ ୮୪୩ଜଣଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଜଣାପଡ଼ିଥିଲା ା ଟ୍ୟାଗ୍‌ଡ ଅଫିସରମାନଙ୍କ କ୍ଷେତ୍ର ପରିଦର୍ଶନ ଏବଂ ନିରନ୍ତର ମନିଟରିଂ ଅଭାବରୁ ୬୩ ପ୍ରତିଶତ ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ା ଫଳରେ ଏକ ବର୍ଷ ଧରି ପଡ଼ିରହିଥିବା ଗୃହଗୁଡ଼ିକର କାର୍ଯ୍ୟ ସମାପ୍ତ ହେବାରେ ବିଳମ୍ବ ଦେଖାଯାଇଛି। ଫଳରେ ସରକାରଙ୍କ ଯୋଜନା ସଫଳ ହେବାରେ ବହୁ ବାଧା ଉପୁଜିଥିବା ଦର୍ଶାଯାଇଛି। ଏହାକୁ ନେଇ ଟ୍ୟାଗଡ ଅଫିସରଙ୍କ ଦରମାକୁ ଅକ୍ଟୋବର ୨୦୨୪ରୁ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ସେମାନଙ୍କ ଦରମା ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଜିଲାରେ ନିର୍ମାଣ ହେଉଥିବା ଗୃହର ଜିଓ ଗ୍ୟାଗ୍‌ ନିମନ୍ତେ ଅତିରିକ୍ତ ଡାଟା ଏଣ୍ଟ୍ରିି ଅପରେଟର ଓ ପଞ୍ଚାୟତ ସମ୍ପ୍ରସାରଣ ଅଫିସରମାନେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରାଟେ କଲର ବେଲ୍ଟ ପରୀକ୍ଷା: ୨୦ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ

ଲାଞ୍ଜିଗଡ଼,୧୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ କରାଟେ କଲର ବେଲ୍ଟ ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।...

ସିଦ୍ଧ ବାଙ୍କେଶ୍ବରୀଙ୍କ ଡିମ୍ବୁଳା ଯାତ୍ରା ଆରମ୍ଭ, ଯାତ୍ରା ପୀଠ ଲୋକାରଣ୍ୟ

ଦିଗପହଣ୍ଡି,୧୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ତତ୍କାଳୀନ ବଡଖେମୁଣ୍ଡି ଗଡ଼ ତଥା ଦିଗପହଣ୍ଡି ବ୍ଲକ ବଡଡିମ୍ବୁଳା ଗ୍ରାମରେ କେଉଁ ଆବହମାନ କାଳରୁ...

୧୭ରେ କୃଷକ ମହାପଞ୍ଚାୟତ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି...

ଓଡ଼ିଆ ଅସ୍ମିତା ପାଇଁ ଭାଜପା ୫୦ ବର୍ଷ ଶାସନ କରିବ: ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉଦ୍‌ଯାପିତ ଅବସରରେ ଏମିତି କହିଲେ ବିଧାୟକ

ଭଞ୍ଜନଗର,୧୩।୩(ବାବୁଲା ପ୍ରଧାନ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡରେ ଦୁଇ ଦିନ ଧରି ଚାଲିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ...

ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା…

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ଜିଲା ଦୌରା...

ଗଞ୍ଜେଇ ସହ ଧରାପଡିବା ପରେ ମାରିଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲା ଅବକାରୀ

ଛତ୍ରପୁର, ୧୩।୩(ସନ୍ତୋଷ ପାଢ଼ୀ ): ଛତ୍ରପୁର ସ୍ଥିତ ଭ୍ରାମ୍ୟମାଣ ଅବକାରୀ ଟିମ ଗୁରୁବାର ଗଞ୍ଜାମ ବ୍ରିଜ ନିକଟରୁ ୮ କିଗ୍ରା ଗଞ୍ଜେଇ ସହ ଜଣଙ୍କୁ ଗିରଫ...

କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା-୨୦୨୫: ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ଅଞ୍ଚଳବାସୀ, ବ୍ଲକ କର୍ମଚାରୀ

ଦାରିଙ୍ଗବାଡି, ୧୩।୩ (ଅରୁଣ ସାହୁ ): ଆସନ୍ତା ୨୧ ଠାରୁ ୨୫ ପର୍ଯ୍ୟନ୍ତ ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା -୨୦୨୫ ହେବାକୁ ଯାଉଛି।...

ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri