ମହାକାଳପଡ଼ା,୧୬।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ମା’ରାମଚଣ୍ଡୀ ପୀଠରେ ଝାମୁ ଯାତ୍ରା ମେଳା ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଛି। ଏହି ମେଳା ପାଇଁ ୫ଶହରୁ ଊର୍ଦ୍ଧ୍ୱ ଦୋକାନ ଖୋଲିଛି ା ଯାତ୍ର ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ବଢୁଛି। ହେଲେ ୭ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ହେଥିବା ଅଭିଯୋଗ ହୋଇଛି ା ଏ ସଂକ୍ରାନ୍ତରେ ବିଭାଗୀୟ କତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏପରି କି ପ୍ରଦୂଷିତ ପୋଖରୀ ପାଣିରେ ସେହି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ନାନା ରାସାୟନିକ ରଙ୍ଗକୁ ମଧ୍ୟ ବ୍ୟବହାର କରାଯାଉଛି ବୋଲି ମେଳା ବୁଲିବାକୁ ଆସିଥିବା ଲୋକେ କହିଛନ୍ତି ା
ବିଶେଷ କରି ଫାଷ୍ଟଫୁଡ୍ ଓ ହୋଟେଲର ଖାଦ୍ୟ ସାମଗ୍ରୀ ଖୋଲାମେଲାରେ ରହୁଛି। ସେଥିରେ ଧୂଳି ଆସ୍ତରଣ ଜମୁଛି ା ହେଲେ ଲୋକମାନଙ୍କୁ ଫ୍ରେସ୍ ତଥା ତାଜା ଖାଦ୍ୟ କହି ବିକ୍ରି କରାଯାଇ ୨ଗୁଣ ମୂଲ୍ୟ ନିଆଯାଉଛି ା ମନ୍ଦିର ପରିଚାଳନା କମିଟି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ବେଳେ ଖାଦ୍ୟ ସାମଗ୍ରୀ ଯାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀମାନେ ହାତବାନ୍ଧି ବସିଛନ୍ତି ା ପ୍ରତି ଦୋକାନରୁ ମନ୍ଦିର ପରିଚାଳନା କମିଟି ମହାସୁଲ ଆଦାୟ କରୁଥିଲେ ମଧ୍ୟ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି କୌଣସି ଦୃଷ୍ଟି ଦିଆଯାଉନାହିଁ ା ବଳକା ଖାଦ୍ୟକୁ ଫ୍ରିଜ୍ରେ ରଖି ତା’ପରଦିନ ବିକ୍ରି କରାଯାଉଥିବା ନଜିର ଅଛି ା ବରା,ଘୁଗୁନି, ଚାଟ୍, ଦହିବରା, ମଥୁରା କେକ, ଚାଓମିନ, ଗୁପୁଚୁପରେ ନାନା ଶସ୍ତା ସାମଗ୍ରୀ ଅପମିଶ୍ରିତ କରାଯାଉଛି ା ହୋଟେଲମାନଙ୍କରେ ବାସୀ ତରକାରୀ ବିକ୍ରି କରାଯାଉଥିବା ବେଳେ ସିଙ୍ଗଡ଼ା, ଦୋଷା ଆଦି ନିମ୍ନମାନର ଖାଦ୍ୟ ସାମଗ୍ରୀରେ ପ୍ରସ୍ତୁତ କରାଯାଉଛି ା ଜିଲାପି, ରଙ୍ଗୀନ ମିଠାରେ ରାସାୟନିକ ରଙ୍ଗ ଦିଆଯାଉଛି ା ପାନୀୟ ଜଳ ବଦଳରେ ଦୂଷିତ ଜଳକୁ ବ୍ୟବହାର କରାଯାଇଛି ବୋଲି ମେଳାକୁ ବୁଲି ଆସିଥିବା ରାଜ କିଶୋର ଦାସ, ହେମନ୍ତ ଜେନା, ତପନ ରାଉତ, ବିଶ୍ୱଜିତ୍ ସାମଲ , ଲକ୍ଷ୍ମୀ ହାଁସଦା , ସରୋଜିନୀ ସାହୁ , ରେଣୁକା ମଣ୍ଡଳ ପ୍ରମୁଖ କହିଛନ୍ତି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅନିତା ପଟ୍ଟନାୟକଙ୍କ ମତାମତ ନେବାରେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଝାମୁ ଯାତ୍ରା ମେଳାରେ ଖାଦ୍ୟ ଦୋକାନଗୁଡ଼ିକ ଯାଞ୍ଚ କରିବେ ବୋଲି କହିଛନ୍ତି।