Advertisement

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ ପରିଷଦ ଅତାବିରା ପ୍ରଖଣ୍ଡ ପକ୍ଷରୁ ଅତାବିରା ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ଦୀପାବଳିରେ ଅତାବିରା ବ୍ଲକ ଅଞ୍ଚଳରେ ହିନ୍ଦୁ ଦେବଦେବୀଙ୍କ ଫଟୋ ଚିତ୍ର ଲାଗିଥିବା ବାଣ ବିକ୍ରି ଉପରେ ରୋକ ଲଗାଯାଉ। କାରଣ ଏହା ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ସହିତ ଭାରତୀୟ ସମ୍ବିଧାନ ୨୯୫ ଏ ଆଇନର ମଧ୍ୟ ଖୁଲମଖୁଲା ଉଲ୍ଲଂଘନ ହେଉଛି । ଦେବଦେବୀଙ୍କ ଫଟୋ ଚିତ୍ର ଲାଗିଥିବା ବାଣ ବିକ୍ରି କଲେ ବିକ୍ରେତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ବିଶ୍ବ ହିନ୍ଦୁ ପରିଷଦ ଅତାବିରା ପ୍ରଖଣ୍ଡ ସଭାପତି ମନୀଷ ଶର୍ମାଙ୍କ ନେତୃତ୍ୱରେ ଦାବିପତ୍ର ଦେବା ସମୟରେ ଅଶ୍ବିନୀ ମେହେର, ଅଜୟ କୁମାର ମହାପାତ୍ର, ଛନ୍ଦା ଚରଣ ମେହେର, ମାନସ ରଞ୍ଜନ ସାହୁ, ବିଶ୍ବଜିତ ଭୋଇ, ଭରତ ସେଟ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share