ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ଅଘୋଷିତ ଜମି ବିକ୍ରି

ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ୫୦ ଏକର ଜମିରେ ମେଳଣ ପଡ଼ିଆ, କଚେରୀ ଘର, ଜଳାଶୟ ଓ ମା’ଙ୍କ ମୁଖ୍ୟ ମନ୍ଦିର ଗୃହ ରହିଛି। ମା’ଙ୍କ ନାମରେ ଅନ୍ୟ ଏକ ଜମିରେ ମେଳଣ ଦଖଲ ନୋଟ ୧୫ ଏକରରୁ ଅଧିକ ଜମି ରହିଛି। ମା’ଙ୍କ ନାମରେ ଖାତା ନଂ. ୨୦୮ ପ୍ଲଟ ନଂ. ୬୮୮ ପେଟଚ୍ଛେଲା ମୌଜାରେ ଅବସ୍ଥିତି ରହିଛି। ମା’ଙ୍କ ମନ୍ଦିର ଦୈନଦିନ ନୀତି ପାଳନ ପାଇଁ କୁଜଙ୍ଗ ରାଜା କେଉଁ ଆବାହନ କାଳରୁ ମନ୍ଦିର ପରିଚାଳନା ସେବାୟତ ଓ ପାଟକମାନଙ୍କ ପାଇଁ ଜମି ଯୋଗାଇ ଦେଇଥିଲେ। ହେଲେ କେତେଜଣ ସ୍ଥାନୀୟ ଲୋକମ ମା’ଙ୍କ ମନ୍ଦିର ବିଜେସ୍ଥଳୀ ଜମିକୁ ପ୍ଲଟିଂ କରି ଡିସିମିଲ ପିଛା ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ଅଘୋଷିତ କାଗଜପତ୍ର କରି ବିକ୍ରି ହେଉଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ମା’ଙ୍କ ମେଳଣ ପଡ଼ିଆଠାରେ ବହୁ ତଳ ସ୍ଥାୟୀ ଗୃହ ନିର୍ମାଣ କରୁଛନ୍ତି। ଏହାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମନରେ ଘୋର ନିରାଶ ଭାବ ସୃଷ୍ଟି ହୋଇଛି। ଏ ନେଇ ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ, ସୁବାସ ଚନ୍ଦ୍ର ସ୍ବାଇଁଙ୍କ ସମେତ ବହୁ ଶ୍ରଦ୍ଧାଳୁ ସୋମବାର ପୂର୍ବାହ୍ନରେ ତହସିଲଦାର ଶିବ ମଲିକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ତହସିଲଦାର ମଲିକଙ୍କ ପରାମର୍ଶକ୍ରମେ ପରେ ସେନା ସଦସ୍ୟମାନେ ଅତିରିକ୍ତ ତହସିଲଦାର ଶାନ୍ତିଲତା ହେମ୍ବ୍ରମଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଅନୁସାରେ, କେତେଜଣ ବ୍ୟବସାୟୀ ମା’ଙ୍କ ଜମିକୁ ପ୍ଲଟିଂ କରି ବିଭିନ୍ନ ଦୋକାନ ବଜାର, ଉଚ୍ଚ ପାଣି ଟାଙ୍କି ନିର୍ମାଣ ଓ ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଆଦି ନିର୍ମାଣ ହୋଇଛି ବୋଲି ଉଲ୍ଲେଖ ରହିଛି। ଅପରପକ୍ଷରେ ମା’ଙ୍କ ପରିଚାଳନା ଟ୍ରଷ୍ଟିଙ୍କ ନୀରବତା ଦର୍ଶାଉଛି ବେଆଇନ ଜମି କିଣା ବିକାରେ ସମ୍ପୃକ୍ତି ଥିବା ଜୋର ଧରିଛି। ଏ ସମ୍ପର୍କରେ ତହସିଲଦାର ମଲିକଙ୍କୁ ପଚାରିବାରେ ଜମି ବିକ୍ରି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ...

ନୂଳକୂପରୁ ବାହାରୁଛି ଦୂଷିତ ପାଣି, ଏହାକୁ ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ମୋହନା,୧୧ା୪,(ମନ୍ମଥ ମିଶ୍ର): ନଳକୂଅରୁ ବାହାରୁଛି ନାଲି ପାଣି l ସେହି ଦୂଷିତ ପାଣି ପିଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ l ଯେଉଁ ପାଣି...

୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ...

ବାରମ୍ବାର ପାଟିରେ ଘା’ ହେଉଥିଲେ ରୁହନ୍ତୁ ସାବଧାନ! ହୋଇପାରେ ଏହି ସାଂଘାତିକ ରୋଗର ଲକ୍ଷଣ

ପାଟିରେ ଘା’ ହେବା ସାଧାରଣ କଥା, କିନ୍ତୁ କେତେକ ସମୟରେ ଏହି ଘା’ ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ ପାଟି ଘା’...

ରାଜସ୍ବ ବିଭାଗର ବଡ଼ ଆକ୍ସନ; ୧୮ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧।୪: ରାଜ୍ୟରେ ଦୁର୍ନୀତିଗ୍ରସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ଶତାଧିକ ପାର୍ଟ ପ୍ଲଟ୍ ବା ସବ୍‌ ପ୍ଲଟ୍ ପଞ୍ଜୀକୃତ କରାଇଥିବା ଅଧିକାରୀଙ୍କ ଉପରେ ଆକ୍ସନ...

୨୮,୩୯୦ କୋଟି ଟଙ୍କାର ମାଲିକଙ୍କୁ ମୁହଁତୋଡ଼ ଜବାବ ଦେଲେ ରାହୁଲ

ବେଙ୍ଗାଲୁରୁ,୧୧।୪: ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରିଛି। ଏହି ବିଜୟ...

ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର

ଢେଙ୍କିକୋଟ,୧୧ା୪(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ରେ ଥିବା ଶିକ୍ଷାନୁଷ୍ଠାନ ଶ୍ରୀଗୁରୁକୁଳ ଇଂଲିଶ ମିଡିୟମ ସ୍କୁଲର ୩ ମେଧାବୀ ଛାତ୍ରୀଛାତ୍ର ଜାପାନ ଯିବେ। ସେମାନେ ହେଉଛନ୍ତି ୧୦ମ...

ବିଧାୟକଙ୍କୁ ପାଠ ପଢ଼ାଇବେ ନଡ୍ଡା, ଅଭିଜ୍ଞ ସମ୍ପନ୍ନ ନେତାଙ୍କଠାରୁ ଶିଖିବେ ନବାଗତ

ଭୁବନେଶ୍ୱର,୧୧ା୪: ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ଶନିବାରଠାରୁ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image