Advertisement

ସାଲେପୁର ବିଧାନସଭା ଆସନ: ୯ମ ରାଉଣ୍ଡରେ ଅରିନ୍ଦମଙ୍କୁ ପଛରେ ପକାଇଲେ ପ୍ରଶାନ୍ତ

କଟକ,୪ା୬(କାର୍ତ୍ତିକ ସାହୁ): ମଙ୍ଗଳବାର ସାରା ରାଜ୍ୟରେ ଚାଲିଛି ଭୋଟ୍‌ ଗଣତି। ଏହି ବିଧାନସଭା ଆସନରେ ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ୩୨,୯୩୫ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ଅରିନ୍ଦମ ରାୟ ୨୮,୪୬୧ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଆକ୍ୟୁବ୍‌ ଉଜ୍ଜମନ ଖାନ୍‌ ୫୦୯୫ ଖଣ୍ଡ ଭୋଟ୍‌ ପାଇଛନ୍ତି।
ଭାଜପାଠାରୁ ବିଜେଡି ୪୪୭୪ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share