Categories: ଖେଳ

ସଲିମ୍‌ ଦୁରାନୀ ଏକ ଅନୁଷ୍ଠାନ: ମୋଦି

ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍‌ ଦୁରାନୀଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁରାନୀଙ୍କୁ ଜଣେ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିବା ସହ ନିଜ ମଧ୍ୟରେ ଏକ ଅନୁଷ୍ଠାନ ବୋଲି କହିଥିଲେ। କ୍ରିକେଟ୍‌ରେ ଭାରତର ଉନ୍ନତିରେ ଦୁରାନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଫିଲ୍ଡ ଭିତରେ ହେଉ କି ବାହାରେ ତାଙ୍କର ଷ୍ଟାଇଲ ସ୍ବତନ୍ତ୍ର ଥିଲା ବୋଲି କହିଛନ୍ତି ମୋଦି।

ଦୁରାନୀ ସୌରାଷ୍ଟ୍ର ଓ ଗୁଜରାଟ ପାଇଁ କ୍ରିକେଟ ଖେଳିଥିବା ବେଳେ ଗୁଜରାଟରେ ଅବସ୍ଥାନ କରନ୍ତି। ଏହା ପୂର୍ବରୁ ତାଙ୍କ ସହ ସାକ୍ଷାତ୍‌ କରିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ ବୋଲି ମୋଦି କହିଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ବିସିସିଆଇ ସମ୍ପାଦକ ଜୟ ଶାହା, କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଓ ପୂର୍ବତନ ଭାରତୀୟ କ୍ରିକେଟ ଦଳ କୋଚ୍‌ ରବି ଶାସ୍ତ୍ରୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Share