ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ସଲମାନ, ଅକ୍ଷୟ କୁମାର

ମୁମ୍ବାଇ,୩ା୬: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍‌(୧୨୮୪୧) ଓ ବେଙ୍ଗାଲୁରୁ-ହାଓ୍ବଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ (୧୨୮୬୪) ଦୁର୍ଘଟଣାଗ୍ରସ୍ତ ହେବାରୁ ଶନିବାର ଅପରାହ୍ନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୬୮ରେ ପହଞ୍ଚିଲାଣି। ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଏହି ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି। ସୁପରଷ୍ଟାର ସଲମାନ ଖାନ୍‌ ଟୁଇଟ୍‌ କରି କହିଛନ୍ତି, ଦୁର୍ଘଟଣା ବିଷୟରେ ଶୁଣି ପ୍ରକୃତରେ ଦୁଃଖିତ। ଭଗବାନ ମୃତକଙ୍କ ଆତ୍ମାକୁ ଶାନ୍ତିରେ ବିଶ୍ରାମ ଦିଅନ୍ତୁ। ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରୁ ଆହତ ପରିବାରକୁ ସୁରକ୍ଷା ଦିଅନ୍ତୁ। ରକ୍ଷା କରନ୍ତୁ।

ସେହିପରି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ମଧ୍ୟ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଓଡ଼ିଶାରେ ଘଟିଥିବା ଦୁଃଖଦ ଟ୍ରେନ୍‌ ଦୁର୍ଘଟଣାର ଭିଜୁଆଲ ଦେଖିବା ହୃଦୟ ବିଦାରକ। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଏହି କଷ୍ଟ ସମୟରେ ପୀଡ଼ିତ ପରିବାର ପ୍ରତି ମୋର ଭାବନା ଏବଂ ସମବେଦନା ଜଣାଉଛି। ଓମ୍‌ ଶାନ୍ତି ବୋଲି ଲେଖିଛନ୍ତି।

Share