‘ଟାଇଗର-୩’ର ରିଲିଜ୍‌ ତାରିଖ ଘୋଷଣା କଲେ ସଲମାନ, ଜାଣନ୍ତୁ କେବେ ହେବ ରିଲିଜ୍‌

ବଲିଉଡ ଅଭିନେତା ସଲମାନ ଖାନ ୭୬ତମ ସ୍ବାଧୀନତା ଅବସରରେ ପ୍ରଶଂସକଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର-୩’କୁ ନେଇ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଆସନ୍ତା ବର୍ଷ ଏପ୍ରିଲ ୨୧ ଉଦ୍‌ରେ ‘ଟାଇଗର-୩’ ରିଲିଜ୍‌ ହେବ ବୋଲି ଅଭିନେତା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ସବୁଠୁ ଖାସ କଥା ହେଉଛି ଆଜି ସଲମାନଙ୍କ ଫିଲ୍ମ ‘ଏକ ଥା ଟାଇଗର’କୁ ୧୦ବର୍ଷ ପୂରଣ ହୋଇଛି। ଏହାକୁ ନେଇ ଏକ ଭିଡିଓ ଶେୟାର କରିଛନ୍ତି। ସେହି ଭିଡିଓରେ ଉଭୟ ଫିଲ୍ମ ଏକ ଥା ଟାଇଗର ଏବଂ ଟାଇଗର ଜିନ୍ଦା ହୈ ର କ୍ଲିପ ଦେଖାଇଛନ୍ତି । ଏହା ପରେ ‘ଟାଇଗର-୩’ର ରିଲିଜ ତାରିଖ ଘୋଷଣା କରାଯାଇଛି। ଫିଲ୍ମଟି ୨୧ ଏପ୍ରିଲରେ ହିନ୍ଦୀ,ତାମିଲ, ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଯେଉଁଥିରେ ସଲମାନ ଏବଂ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ।

Share