ବାପାଙ୍କ ମାସକ ଦରମା ଟଙ୍କାକୁ ପୋଡି ଦେଇଥିଲେ ସଲମାନ, ଜଣାପଡିବା ପରେ…

ବଲିଉଡର ପ୍ରସିଦ୍ଧ ସ୍କ୍ରିପ୍ଟ ଲେଖକ ତଥା ସଲମାନ ଖାନଙ୍କ ପିତା ସଲିମ ଖାନ ଅନେକ କଳାକାରଙ୍କୁ ସୁପରଷ୍ଟାର କରିଛନ୍ତି। ସେ କଳାକାରଙ୍କ ପାଇଁ ସର୍ବଦା ସ୍ମରଣୀୟ ରହିବେ। ସେ ଭଲ ପିତା ଭାବରେ ମଧ୍ୟ ଜଣାଶୁଣା। ସେ ତାଙ୍କର ତିନିପୁଅଙ୍କ ପ୍ରତିପୋଷଣରେ କୌଣସି ହେଳା କରି ନ ଥିଲେ। ଆଜି ତାଙ୍କ ପିଲାମାନେ ବଲିଉଡର ଜଣାଶୁଣା ନାମ। ଥରେ ସଲମାନ ଏବଂ ତାଙ୍କ ଭାଇମାନେ ଏକାଠି ହୋଇ ପିତା ସଲିମଙ୍କ ମାସିକ ଦରମା ଟଙ୍କାକୁ ନିଆଁ ଲଗାଇଦେଇଥିଲେ। ଯାହା ପରେ ତାଙ୍କ ପିତା ଏପରି କିଛି କରିଥିଲେ ତାହା ପ୍ରତ୍ୟେକ ପିତାଙ୍କ ପାଇଁ ଏକ ଶିକ୍ଷା ଅଟେ।
ସଞ୍ଜୁକ୍ତା ନନ୍ଦୀଙ୍କ ପୁସ୍ତକ ‘ଖାଣ୍ଟାଷ୍ଟିକ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ବଲିଉଡ୍‌ ଟ୍ରାୟୋ’ରେ ସଲମାନ ଏବଂ ତାଙ୍କ ପରିବାର ସହ ଜଡିତ ଅନେକ ଅଜଣା ତଥ୍ୟ ଉଲ୍ଲେଖ କରାଯାଇଛି। ଏପରି ଏକ ତଥ୍ୟ ହେଉଛି ସଲମାନ ଏବଂ ତାଙ୍କ ଭାଇମାନେ ଅର୍ଥର ମହତ୍ତ୍ୱ ନ ବୁଝି ତାଙ୍କ ପିତାଙ୍କ ସମ୍ପୂର୍ଣ୍ଣ ଦରମା ଟଙ୍କାକୁ ପୋଡି ଦେଇଥିଲେ। ସେତେବେଳେ ସଲମାନ ଏବଂ ତାଙ୍କ ପରିବାର ଇନ୍ଦୋରରେ ଥିଲେ। ଦିପାବଳୀ ସଲମାନ ନିଜ ଭଉଣୀଭାଇଙ୍କ ସହ କାଗଜ ଜାଳୁଥିଲେ। କାଗଜ ସରିଯିବା ପରେ ସଲମାନ କିଛି ଜାଳିବା ପାଇଁ ଚାରିପାଖକୁ ଚାହିଁଲେ, କିନ୍ତୁ କିଛି ନ ପାଇବା ପରେ ସେ ଘର ଭିତରକୁ ଯାଇ ଖୋଜାଖୋଜି ଆରମ୍ଭ କଲେ। ସଲମାନ ତାଙ୍କ ପିତାଙ୍କ ରୁମ୍‌କୁ ଯାଇ ସେଠାରୁ ଏକ ଟଙ୍କା ବିଡା ଉଠାଇଥିଲେ। ସେହି ବିଡାରେ ସଲିମଙ୍କ ମାସର ଦରମା ଥିଲା। କିଛି ସମୟ ମଧ୍ୟରେ ଟଙ୍କା ବିଡା ପୋଡି ପାଉଁଶ ହୋଇଯାଇଥିଲା।
ସଲିମ ଏହା ଜାଣିବା ମାତ୍ରେ ପିଲାମାନଙ୍କ ଉପରେ ନ ରାଗି ସେ ଶାନ୍ତ ଭାବରେ ସମସ୍ତଙ୍କୁ ଅର୍ଥର ମହତ୍ତ୍ୱ ବିଷୟରେ ବୁଝାଇଲେ। ଏହା ସଲମାନ ଏବଂ ତାଙ୍କ ଭାଇଭଉଣୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ପରେ ପିଲାମାନେ ପିତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ସାରା ଜୀବନ ଅର୍ଥର ମହତ୍ତ୍ୱକୁ ଭୁଲିବେ ନାହିଁ।

Share