ଅଧାଘଣ୍ଟା କାନ୍ଦିଥିଲେ ସଲମାନ…

ମୁମ୍ବାଇ, ୧୬।୧୨: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଛୋଟ ପିଲାଙ୍କ ଭଳି କଇଁକଇଁ ହୋଇ କାନ୍ଦିଥିଲେ। ତାଙ୍କୁ ଚୁପ୍‌ କରିବା ପାଇଁ ପ୍ରାୟ ଅଧାଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଲକ୍ଷ୍ମୀକାନ୍ତ ସଲମାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସେମାନେ ଏକାଠି ବହୁ ଫିଲ୍ମରେ କାମ କରିଥିଲେ। ଲକ୍ଷ୍ମୀକାନ୍ତ-ସଲମାନଙ୍କ ଯୋଡ଼ି ବଲିଉଡ୍‌ରେ ସଫଳ ରହିଥିଲା। ୧୯୫୪ ଅକ୍ଟୋବର ୨୬ରେ ଲକ୍ଷ୍ମୀକାନ୍ତ ଜନ୍ମଗ୍ରହଣ କରିଥିଲେ।

Share