ଭାଇବୋହୂଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କରିଥିଲେ। ଅରବାଜ-ଶୌରାଙ୍କ ବିବାହ ଭଉଣୀ ଅର୍ପିତା ଖାନଙ୍କ ଘରେ ହୋଇଥିଲା। ସଲମାନଙ୍କ ବ୍ୟତୀତ ଅନେକ ତାରକା ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସଲମାନ ଭାଇବୋହୂ ଶୌରାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି।
ସଲମାନ ଖାନ ଧୂସର ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧି ଭାଇ ଅରବାଜଙ୍କ ବିବାହରେ ପହଞ୍ଚିଥିଲେ। ସଲମାନ ଭାଇବୋହୂ ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନଙ୍କ ସହ ‘ଦିଲ ଦିୟାଁ ଗାଲାଁ’ରେ ଏକ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ସଲମାନ ଖାନଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଅରବାଜଙ୍କ ଭାଇ ସଲମାନ ଏବଂ ସୋହେଲ ମଧ୍ୟ ଉପସ୍ଥିତ ଥିଲେ। ଏହି ବିବାହରେ ଅରବାଜଙ୍କ ପୁଅ ଅରହାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ ରିତିଶ ଦେଶମୁଖ, ଜେନେଲିଆ ଡି’ସୁଜା, ରବୀନା ଟଣ୍ଡନ, ଫରାହ ଖାନ, ସାଜିଦ ଖାନ ଏବଂ ବଲିଉଡ ତାରକାମାନେ ମଧ୍ୟ ଯୋଗଦେଇଥିଲୋ।

Share