ଏହି ଅଭିନେତ୍ରୀଙ୍କ ଫିଲ୍ମ ଦେଖନ୍ତି ନାହିଁ ସଲମାନ

ମୁମ୍ବାଇ: ଭାଇଜାନ ଭାବେ ପରିଚିତ ସଲମାନ ଖାନ୍‌ ବଲିଉଡ୍‌ରେ ଜଣେ ଆଗଧାଡ଼ିର ଅଭିନେତା। ସେ ଅନେକ ଅଭିନେତ୍ରୀମାନଙ୍କ ସହ କାମ କରିଛନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ଫିଲ୍ମ ସେ ଆଦୌ ଦେଖନ୍ତି ନାହିଁ। ତେବେ କାହିଁକି ଦେଖନ୍ତିନି ଜାଣନ୍ତୁ ସେ ସମ୍ପର୍କରେ…

ସଲମାନ ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟରେ ଅନେକ ସଂଘର୍ଷ କରି ବଲିଉଡ୍‌ରେ ନାଁ କମାଇଛନ୍ତି। ୧୯୮୮ରେ ‘ବିବି ହୋ ତୋ ଏସି’ରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ‘ମୈନେ ପ୍ୟାର୍‌ କିୟା’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ସେବେଠୋରୁ ଆଉ ପଛକୁ ଫେରିନାହାନ୍ତି ଭାଇଜାନ। ସେ ଅନେକ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ସେମାନଙ୍କ ଅଭିନୀତ ଫିଲ୍ମ ବି ଦେଖିଥାନ୍ତି। ମାତ୍ର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଫିଲ୍ମକୁ ସେ ଆଦୌ ଦେଖନ୍ତି ନାହିଁ। କାହିଁକି ଦେଖନ୍ତିନି ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଭାଇଜାନ।

Share