ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ସେ ତାଙ୍କର ଡେବ୍ୟୁ ଫିଲ୍ମ ଏବଂ ପ୍ରଥମ କୋ-ଷ୍ଟାରଙ୍କ ବିଷୟରେ କହିଛନ୍ତି। ତାଙ୍କର ପ୍ରଥମ କୋ-ଷ୍ଟୋର ଥିଲେ ସଲମାନ ଖାନ୍। ତାଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ରବୀନା ପ୍ରକାଶ କରିଛନ୍ତି। ୧୯୯୧ରେ ବଲିଉଡ୍ ଦୁନିଆରେ ପାଦ ଥାପିଥିଲେ ରବୀନା। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ପଥର କେ ଫୁଲ’। ଏଥିରେ ସେ ସଲମାନଙ୍କ ସହ କାମ କରିଥିଲେ।
ରବୀନା କୁହନ୍ତି, ଆମେ ଗୋଟିଏ ଶେଣ୍ରୀର ୨ ଛାତ୍ର ଭଳି ଥିଲୁ। ପ୍ରତି କଥାରେ ଆମେ ଲଢୁଥିଲୁ। ସେତେବେଳେ ମୋତେ ୧୬ ବର୍ଷ ଓ ସଲମାନଙ୍କୁ ୨୩ ବର୍ଷ। ଆମେ ଦୁହେଁ ସବୁବେଳେ ଝଗଡ଼ା କରୁଥିଲୁ।
ସଲମାନ ଏବଂ ମୁଁ ସମାନ ପ୍ରକୃତିର। ସଲିମ ଅଙ୍କଲ ଏବଂ ମୋ ବାପା ଏକାଠି କାମ କରୁଥିଲେ। ଆମେ ଫିଲ୍ମରେ ଶୁଟିଂ ସମୟରେ ଫାଇଟ୍ କରୁଥିଲୁ। ଯେଉଁଥିପାଇଁ ସଲମାନ ମୋ ସହ କାମ କରିବାକୁ ମଧ୍ୟ ମନା କରିଦେଇଥିଲେ। ଏହାପରେ ‘ଅନ୍ଦାଜ୍ ଅପ୍ନା ଅପ୍ନା’ରେ ଆମେ ଏକାଠି କାମ କରିଥିଲୁ।