ମୁମ୍ବାଇ: ଇଦ୍ ଅବସରରେ ରିଲିଜ୍ ହୋଇଥିବା ସଲମାନ ଖାନ୍ଙ୍କ ଫିଲ୍ମ ‘ରାଧେ ୟୋର୍ ମୋଷ୍ଟ୍ ଓ୍ବାଣ୍ଟେଡ୍ ଭାଇ’କୁ ମିଶ୍ରିତ ଫଳ ମିଳିଛି। ତେବେ ପରିସଂଖ୍ୟାନ ଅନୁଯାୟୀ, କେବଳ ଭାରତରେ ଫିଲ୍ମ ପ୍ରଥମ ଦିନରେ ୧୦୮କୋଟିରୁ ଅଧିକ ଆୟ କରିଥିଲା। ଏହି ଫିଲ୍ମ ପାଇଁ ସଲମାନଙ୍କୁ ବହୁତ ଟ୍ରୋଲ ବି କରାଯାଇଥିଲା।
ଅନେକ ଲୋକ ଏହି ଫିଲ୍ମକୁ ନାପସନ୍ଦ କରିଥିଲେ। ସେମାନଙ୍କ ମଧ୍ୟରେ କମଲ ଆର୍ ଖାନ (କେଆର୍କେ) ମଧ୍ୟ ଅଛନ୍ତି। ସେ ଟୁଇଟ୍ କରି ‘ରାଧେ’କୁ ବହୁତ ନିନ୍ଦା କରିଥିଲେ। ଯେଉଁଥିପାଇଁ ସଲମାନ କେଆର୍କେଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ଏନେଇ ସଲମାନ ଖାନଙ୍କ ଟିମ୍ ପକ୍ଷରୁ କମଲ ଆର୍ ଖାନ୍ଙ୍କୁ ଏକ ନୋଟିସ ଜାରି କରାଯାଇଛି। ଏହି ନୋଟିସ ଅନୁଯାୟୀ, ଗୁରୁବାର ସିଟି ସିଭିଲ କୋର୍ଟରେ ଅତିରିକ୍ତ ଅଧିବେଶନ ବିଚାରପତିଙ୍କ ନିକଟରେ ଜରୁରୀ ଶୁଣାଣି ହେବ।