ଇନ୍‌ଷ୍ଟାଗ୍ରାମ୍‌ରେ ଏହି ୩୬ ଜଣଙ୍କୁ ସଲମାନ କରନ୍ତି ଫଲୋ, ଏଥିରେ ଏକ୍ସ-ଗର୍ଲଫ୍ରେଣ୍ଡ ବି ଅଛନ୍ତି

ମୁମ୍ବାଇ: ସାରା ବିଶ୍ୱରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କର ବହୁ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଭାଇଜାନଙ୍କ ପ୍ରଶଂସକଙ୍କର ଅଭାବ ନାହାନ୍ତି। ସେଥିପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ସଲମାନ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ବହୁତ ଭଲ ପଆନ୍ତି। ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥାନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଇନ୍‌ଷ୍ଟା ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କର ଅପଡେଟ୍‌ ଦେଇଥାନ୍ତି। ଅଧିକାଂଶ ସମୟରେ ସେ ତାଙ୍କର ଫଟୋ ଏବଂ ଭିଡିଓଗୁଡ଼ିକ ଶେୟାର କରିଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଲମାନଙ୍କର ପ୍ରାୟ ୬୦ ମିଲିୟନ ଲୋକ ଇନ୍‌ଷ୍ଟାରେ ତାଙ୍କୁ ଫଲୋ କରନ୍ତି। ଆପଣ ଜାଣନ୍ତି କି ସଲମାନ ତାଙ୍କ ଇନ୍‌ଷ୍ଟାଗ୍ରାମରେ କେଉଁମାନଙ୍କୁ ଫଲୋ କରନ୍ତି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସଲମାନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ମାତ୍ର ୩୬ ଜଣଙ୍କୁ ଫଲୋ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ କେହି କେହି ତାଙ୍କ ପରିବାର ସଦସ୍ୟ ।

ଏହି ଫଲୋଅର୍ସମାନଙ୍କ ମଧ୍ୟରେ ନମ୍ବର ୧ରେ କ୍ୟାଟ୍ରିନା କୈଫ, ୨ରେ ଜ୍ୟାକଲିନ ଫର୍ନାଡିସ, ୩ରେ ଫିଲ୍ମ ନିର୍ମାତା ରାଜୀବ ରାୟ, ୪ରେ ଇନ୍‌ଫିନିଟି ପ୍ଲାଟର, ତୁର୍କୀ ଆଲାଶିଖ, ହ୍ୟୁମାନ କ୍ଲଥିଂ, ଅୟାନ ଅଗ୍ନିହୋତ୍ରୀ, ଅଲିଜେହ ଅଗ୍ନିହୋତ୍ରୀ, ଅରହାନ ଖାନ, ନିର୍ବାଣ ଖାନ ପ୍ରମୁଖ ରହିଛନ୍ତି। ଫଜା, ରାଜେଶ ରାୟ, Being Strong Fitness Equipment, ଶେରା, ହୁସେନ ଦଲାଲ, ପ୍ରଶାନ୍ତ ଗୁଞ୍ଜାଲକର, କମଲ ଖାନ, ଜୋର୍ଡି ପଟେଲ, ସଂଗୀତା ବିଜ୍‌ଲାନି, ଡେଜି ଶାହା, ସୁରଜ ପଞ୍ଚୋଲି, ଆୟୁଷ ଶର୍ମା, ଅତୁଲ ଅଗ୍ନିହୋତ୍ରୀ, ଅର୍ପିତା ଖାନ ଶର୍ମା, ସୋହେଲ ଖାନ, ଅରବାଜ ଖାନ୍‌, ୟୁଲିଆ ବନ୍ତୁର ପ୍ରମୁଖ ରହିଛନ୍ତି।

Share