ସିମିଙ୍କୁ ଇଣ୍ଟରଭ୍ୟୁ ଦେଲେ ସଲମାନ

ମୁମ୍ବାଇ: ସିମି ଗରଓ୍ବୋଲଙ୍କୁ ବର୍ତ୍ତମାନ ବିଗ୍‌ ବସ୍‌-୧୬ରେ ଦେଖିବାକୁ ମିଳିବ। ସେ ସଲମାନଙ୍କ ସାକ୍ଷାତକାର ନେଉଥିବାର ନଜର ଆସିବେ। ଏହି ସମୟରେ ସିମି ପରିବାର ସଦସ୍ୟଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି, ଯାହାର ଉତ୍ତର ସେମାନେ ମଧ୍ୟ ଦେଇଛନ୍ତି। ବିଗ୍‌ ବସ୍‌-୧୬ ଓ୍ବିକେଣ୍ଡ କା ଓ୍ବାର୍‌ ଏପିସୋଡ୍‌ର ନୂଆ ପ୍ରୋମୋ ରିଲିଜ ହୋଇଛି। ଏଥିରେ ସଲମାନ ସିମିଙ୍କ ସହ ନଜର ଆସିଛନ୍ତି। ଏହାପୂର୍ବରୁ ସିମି ‘ରନ୍‌ଡିଭେସ ଓ୍ବିଥ୍‌ ସିମି ଗରଓ୍ବୋଲ’ନାମକ ଏକ ଶୋ’ ଆୟୋଜନ କରୁଥିଲେ।

ଶନିବାର ବିଗ୍‌ ବସ୍‌-୧୬ର ଏକ ପ୍ରମୋ ରିଲିଜ ହୋଇଛି। ସେ ସଲମାନଙ୍କୁ ଅନେକ ପ୍ରଶ୍ନ ପଚାରୁଛନ୍ତି। ଗୋଟିଏ ପ୍ରଶ୍ନରେ ସେ ସଲମାନଙ୍କୁ ପଚାରିଛନ୍ତି ଯେ, ସେ ତାଙ୍କ ଜୀବନରେ ଦ୍ୱନ୍ଦ୍ୱରେ ଅଛନ୍ତି କି? ଏହା ଉପରେ ସଲମାନ କୁହନ୍ତି, ମୁଁ ସାଧାରଣତଃ ଦ୍ୱନ୍ଦ୍ୱରେ ଅଛି। ସିମି ମଧ୍ୟ ଇନ୍‌ଷ୍ଟାଗ୍ରାମରେ ସଲମାନଙ୍କ ସହ ଅନେକ ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସଲମାନ ସିମିଙ୍କ ପଛରେ ଠିଆ ହୋଇଥିବା ନଜର ଆସିଛନ୍ତି। ଯେତେବେଳେ କି ସିମି ଚେୟାରରେ ବସିଛନ୍ତି।

Share