ରାଗ କଣ୍ଟ୍ରୋଲ କରିବାକୁ ସିଦ୍ଧାର୍ଥଙ୍କୁ ଏହି ଟିପ୍ସ ଦେଉଥିଲେ ସଲମାନ୍‌, ଟୁଇଟ୍‌ କରି ଏମିତି କହିଲେ

ମୁମ୍ବାଇ: ବିଗ୍‌ବସ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁ ନେଇ ଜଣଙ୍କ ପରେ ଜଣେ ପ୍ରତିକ୍ରିୟା ଦେଉଛନ୍ତି। ସିଦ୍ଧାର୍ଥ ବିଗ୍‌ବସ୍‌-୧୩ର ବିଜେତା ଥିଲେ। ଏହି ବିଗ୍‌ବସର ହୋଷ୍ଟ ଥିବା ସଲମାନ ଖାନ୍‌ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ନେଇ ଟୁଇଟ୍‌ କରିଛନ୍ତି। ଶୋ’ରେ ସିଦ୍ଧାର୍ଥ ବହୁବାର ରାଗୁଥିଲେ। ସଲମାନ ତାଙ୍କର ଏହି ରାଗ କଣ୍ଟ୍ରୋଲ କରିବାକୁ ସିଦ୍ଧାର୍ଥଙ୍କୁ ଅନେକଥର ପରାମର୍ଶ ଦେଇଛନ୍ତି। ସଲମାନ କେବେ ସିଦ୍ଧାର୍ଥଙ୍କ ଉପରେ ରାଗନ୍ତି ତ ଆଉ କେବେ ତାଙ୍କ ସହିତ ମଜାମସ୍ତି କରନ୍ତି।

ସିଦ୍ଧାର୍ଥଙ୍କ ବିଗ୍‌ବସ ଯାତ୍ରାକୁ ନେଇ ତାଙ୍କ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏମିତିରେ ବି ସଲମାନ ସିଦ୍ଧାର୍ଥଙ୍କୁ ସପୋର୍ଟ କରିଥାନ୍ତି। ଏଥିପାଇଁ ସଲମାନଙ୍କୁ ମଧ୍ୟ ଟ୍ରୋଲ ହେବାକୁ ପଡ଼ିଥିଲା। ସେ ଯାହା ବି ହେଉ ବିଗ୍‌ବସ-୧୩ରେ ସିଦ୍ଧାର୍ଥ ବିଜୟୀ ହୋଇଥିଲେ। ତାଙ୍କ ମୃତ୍ୟୁରେ ସଲମାନ୍‌ ଟୁଇଟ୍‌ କରି କହିଛନ୍ତି, ସିଦ୍ଧାର୍ଥ ତୁମେ ଏତେ ଶୀଘ୍ର ଚାଲିଯିବ ବୋଲି ଆମେ ଭାବି ନ ଥିଲୁ। ଆମେ ସମସ୍ତେ ତୁମକୁ ମିସ୍‌ କରିବୁ। ଏଥିସହିତ ସଲମାନ ସିଦ୍ଧାର୍ଥଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Share