ଏହି ଅଭିନେତ୍ରୀଙ୍କୁ ଘୃଣା କରୁଥିଲେ ସଲମାନ

ମୁମ୍ବାଇ: ଫିଲ୍ମ ଜଗତରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରିଥିବା ଅଭିନେତ୍ରୀ ପୂଜା ଭଟ୍ଟ ବର୍ତ୍ତମାନ ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ଓଟିଟି ସିଜିନ୍‌-୨’ରେ ନଜର ଆସିଛନ୍ତି। ଆପଣ ଜାଣନ୍ତି ଏଥର ଶୋ କରଣ ଜୋହର ନୁହନ୍ତି ବରଂ ସଲମାନ ଖାନ୍‌ଙ୍କ ଦ୍ୱାରା ଆୟୋଜିତ ହୋଇଛି।

ପୂଜା ଏବଂ ସଲମାନ ପରସ୍ପରକୁ ଦୀର୍ଘବର୍ଷ ଧରି ଜାଣିଛନ୍ତି। ଆଜି ଯଦିଓ ଉଭୟ ମଧ୍ୟରେ ଭଲ ସମ୍ପର୍କ ରହିଛି, କିନ୍ତୁ ସମୟ ଥିଲା ଉଭୟ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ କରୁ ନ ଥିଲେ। ପୂଜା ନିଜେ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।

ପୂଜା ଏକ ଥ୍ରୋବ୍ୟାକ୍‌ ସାକ୍ଷାତକାରରେ କହିଛନ୍ତି, ଆଗରୁ ସେ ଏବଂ ସଲମାନ ପରସ୍ପରକୁ ଘୃଣା କରୁଥିଲେ ଏବଂ ସେମାନଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଆରମ୍ଭ ହୋଇଥିଲା। ପୂଜା କହିଛନ୍ତି, ମୁଁ ଭାବୁଛି ଏହାର କାରଣ ହେଉଛି ମୁଁ ‘ଲଭ୍‌’ଫିଲ୍ମ କରି ନ ଥିଲି। ଯାହ ବି ହେଉ ଆଜି ଆମ ଭିତରେ ଭଲ ସମ୍ପର୍କ ରହିଛି।

ସଲମାନଙ୍କ ଭାଇ ସୋହେଲ ଖାନ ଏବଂ ପୂଜା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିଥିଲେ ଏବଂ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ, କିନ୍ତୁ ଏହା ହୋଇପାରିଲା ନାହିଁ। ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ପରେ ସୋହେଲ ୧୯୯୮ରେ ସୀମା ସଚ୍ଚଦେବଙ୍କୁ ବିବାହ କରିଥିଲେ। ୨୦୨୨ରେ ତାଙ୍କର ଛାଡ଼ପତ୍ର ହୋଇଛି। ଏଥି ସହିତ, ପୂଜା ୨୦୦୩ରେ ମନୀଷ ମଖିଜାଙ୍କୁ ବିବାହ କରିଥିଲେ। ସେମାନଙ୍କର ମଧ୍ୟ ୨୦୧୪ରୁ ଛାଡ଼ପତ୍ର ହୋଇସାରିଛି।

Share