ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ଭାଇଜାନ!

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ସାଉଥ ଅଭିନେତ୍ରୀଙ୍କ ପ୍ରେମରେ। ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ମଧ୍ୟ ଦେଖିବାକୁ ମିଳିଛି। ଏପରି କିଛି ବାସ୍ତବ ଜୀବନରେ ନୁହଁ ବରଂ ସଲମାନଙ୍କ ଅପକମିଂ ଆଲବମ ଗୀତରେ ଦେଖିବାକୁ ମିଳିବ। ଏହାର ଟିଜର ରିଲିଜ ହୋଇଛି। ଆଲବମ୍‌ରେ ଭାଇଜାନଙ୍କୁ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଥିବା ବେଳେ ତାଙ୍କ ସହ ନଜର ଆସିଛନ୍ତି ସାଉଥ ଅଭିନେତ୍ରୀ ପ୍ରଜ୍ଞା ଜସୱାଲ। ରିଲିଜ ହୋଇଥିବା ଟିଜରରେ ସଲମାନ ଲମ୍ବା ଚୁଟି ରଖି ପଞ୍ଜାବୀ ଗେଟ୍‌ଅପରେ ନଜର ଆସିଛନ୍ତି। ଏଥିସହ ସଲମାନ ଓ ପ୍ରଜ୍ଞାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଗୀତକୁ ସୁପରହିଟ ପପ ସିଙ୍ଗର ଗୁରୁ ରନ୍ଧାୱା ଏବଂ ସଲମାନଙ୍କ କଥିତ ଗର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ମିଶି ଗାଇଛନ୍ତି। ଗୀତର ଲିରିକ୍ସ ଲେଖିଛନ୍ତି ଶବ୍ବିର ଅହମ୍ମଦ। ଶନିବାର ଗୀତଟି ରିଲିଜ ହେବ। ଏ ନେଇ ସଲମାନ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ଗୀତକୁ ନେଇ ଏବେ ସଲମାନଙ୍କ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି। ସଲମାନଙ୍କୁ ଶେଷଥର ପାଇଁ ଫିଲ୍ମ ‘ଅନ୍ତିମ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା।

Share