ମୁମ୍ବାଇ: ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଶନିବାର ଆୟୋଜିତ ଆଇସିସି କ୍ରିକେଟ୍ ବିଶ୍ୱକପ୍- ୨୦୨୩ରେ ଭାରତ ପାକିସ୍ତାନକୁ ହରାଇଛି। ଏହି ଅବସରରେ ଅନେକ ଲୋକଙ୍କ ସହିତ କଳାକାର ଟିମ୍ ମଧ୍ୟ ଇଣ୍ଡିଆକୁ ସମର୍ଥନ ଜଣାଇଥିଲେ। ତେବେ ଖେଳ ଦେଖିବାକୁ ବଲିଉଡ୍ ଅଭିନେତା ସଲ୍ମାନ ଖାନ୍ ‘ବିଗ୍ବସ୍’ର ଶୁଟିଂ ଛାଡ଼ି ‘ଷ୍ଟାର ସ୍ପୋର୍ଟସ’ ଷ୍ଟୁଡିଓରେ ଆସି ପହଞ୍ଚତ୍ଥିଲେ। ସେଠାରେ ସେ ପୂର୍ବତନ କ୍ରିକେଟର ମହମ୍ମଦ କେଫ୍ ଓ ହରଭଜନ ସିଂଙ୍କୁ ଭେଟିଛନ୍ତି। ତେବେ ସଲ୍ମାନଙ୍କୁ ଷ୍ଟୁଡିଓରେ ‘ଟାଇଗର-୩’ ଗେଟ୍ଅପ୍ରେ ଦେଖିବାକୁ ମିଳିଛି। ସଲ୍ମାନ ୧୯୮୮ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ଭଲପାଇବା ସାଉଁଟିଛନ୍ତି। ସେ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ନିକଟରେ ତାଙ୍କୁ ‘କିସି କା ଭାଇ କିସି କି ଜାନ୍’ରେ ଦେଖିବାକୁ ମିଳିଥିଲା। ଏବେ ସେ ଟାଇଗର-୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି।