ସଲ୍‌ମାନ ଜଣେ ‘ୱମେନ ବିଟର୍‌’: ସୋମି

ମୁମ୍ବାଇ: ବିବାଦ ପାଇଁ ସବୁବେଳେ ଚର୍ଚ୍ଚିତ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌। ଅଦ୍ୟାବଧି ଅବିବାହିତ ଥିବା ଏହି ଖ୍ୟାତନାମା ଅଭିନେତାଙ୍କ ସହ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ନାମ ଯୋଡ଼ାହୋଇଛି। ହେଲେ ବିବାହ ବେଦି ଯାଏ ଆସୁ ଆସୁ ଏଭଳି ଅନେକ ସମ୍ପର୍କରେ ଭଟ୍ଟା ପଡ଼ିଛି। ସଲ୍‌ମାନଙ୍କ ଲମ୍ବା ପ୍ରେମିକା ତାଲିକାରେ ଜଣେ ହେଉଛନ୍ତି ସୋମି ଅଲ୍ଲୀ। ଅଭିନେତ୍ରୀ ସୋମି ପୂର୍ବରୁ ସଲ୍ଲୁ ମିଅଁାଙ୍କୁ ଟାର୍ଗେଟ୍‌ କରି ଆସୁଥିବାବେଳେ ଏବେ ପୁଣି ଓକାଳିଛନ୍ତି ବିଷ। ଭାଇଜାନ୍‌ଙ୍କୁ ଜଣେ ‘ୱମେନ ବିଟର୍‌’ (ମହିଳାଙ୍କୁ ମାଡ଼ ମାରୁଥିବା ବ୍ୟକ୍ତି) ବୋଲି ଅଭିହିତ କରିଛନ୍ତି। ତାଙ୍କ ସହ ରିଲେଶନରେ ଥିବାବେଳେ ସଲ୍‌ମାନ ତାଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନା ଦେବା ସହ ମାର୍‌ଧର କରୁଥିଲେ। ଏପରି କି ସମୟେ ସମୟେ ତାଙ୍କ ଦେହରେ ସିଗାରେଟ ଚେଙ୍କ୍‌ ବି ଲଗାଇବାକୁ ପଛାଉ ନ ଥିଲେ। ସୋମି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ସଂକ୍ରାନ୍ତ ଲମ୍ବା ଚଉଡ଼ା ପୋଷ୍ଟ ଶେୟାର କରିଛନ୍ତି। ଏଭଳି ଜଣେ ଆକ୍ଟରଙ୍କୁ ସମର୍ଥନ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ଲାଜ ଲାଗିବା କଥା ବୋଲି ଏଥିରେ ଉଲ୍ଲେଖ କରିଥିଲେ। କିଛି ସମୟ ପରେ ସେ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି।

Share