ମୁମ୍ବାଇ: ଫିଲ୍ମ ‘ଟାଇଗର-୩’ ପାଇଁ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ ଏକ ଜବରଦସ୍ତ ଶୁଟିଂ କରିଛନ୍ତି। ସଲ୍ଲୁ ଏବଂ କ୍ୟାଟ୍ ଗୁରୁବାର ଲଭ୍ ଲକ୍ ବ୍ରିଜରେ ଏକ ରୋମାଣ୍ଟିକ୍ ଗୀତର ଶୁଟିଂ କରିଛନ୍ତି। ଏହାପୂର୍ବରୁ ଦୁହେଁ ଫିଲ୍ମ ପାଇଁ ଅନେକ ଆକ୍ସନ ସିନ୍ର ଶୁଟିଂ କରିଥିଲେ। ଫିଲ୍ମର ଆକ୍ସନ ସିଡ୍ୟୁଲର ଶୁଟିଂ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଦୁହେଁ ରୋମାଣ୍ଟିକ୍ ଗୀତର ଶୁଟିଂ କରିଛନ୍ତି।
ସଲମାନ-କ୍ୟାଟ୍ରିନା ଏହି ଫିଲ୍ମ ପାଇଁ ଅଷ୍ଟ୍ରିଆରେ ଅଛନ୍ତି। ବର୍ତ୍ତମାନ ଉଭୟ ୧୦ ଦିନ ପାଇଁ ସାଲଜବର୍ଗରେ ରହିବେ। ଏକ ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ମନୀଷ ଶର୍ମା ଅଷ୍ଟ୍ରିଆରେ ଏହି ଗୀତର ଶୁଟିଂ କରୁଛନ୍ତି। ଅଷ୍ଟ୍ରିଆରେ ଶୁଟିଂ ଶେଷ ହେବା ପରେ ସଲମାନ ଏବଂ କ୍ୟାଟ୍ରିନା ମୁମ୍ବାଇ ଫେରି ଫିଲ୍ମର ବାକି ଗୀତର ଶୁଟିଂ କରିବେ। ‘ଟାଇଗର-୩’ ଫିଲ୍ମରେ ଇମ୍ରାନ ହାସମୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ନଜର ଆସିବେ। ଯାହାକି ପ୍ରଥମଥର ପାଇଁ ସଲମାନଙ୍କ ସହ ଅଭିନୟ କରିବେ ଇମ୍ରାନ।