ଏକଦା ଗୋଡରେ ଛିଡ଼ା ହୋଇପାରୁ ନ ଥିଲେ ସଲମାନ୍‌ଙ୍କ ଏହି ଅଭିନେତ୍ରୀ: ଏବେ…

୧୫ ବର୍ଷ ପୂର୍ବେ ସଲମାନ ଖାନ୍‌ଙ୍କ ସହ ଫିଲ୍ମ ‘ଲକି ନୋ ଟାଇମ୍‌ ଫର୍‌ ଲଭ୍‌’ରେ ଲିଡ୍‌ ଚରିତ୍ରରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ସ୍ନେହା ଉଲ୍ଲାଲଙ୍କୁ। ଆଜି ସ୍ନେହା ୩୩ ବର୍ଷର ହୋଇଯାଇଛନ୍ତି। ସେ ୧୮ ଡିସେମ୍ବର, ୧୯୮୭ରେ ଓମାନାର ମସ୍କଟରେ ଜନ୍ମଗ୍ରହଣ କରିଥିଲେ।
ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ସ୍ନେହା ଅଟୋଇମ୍ୟୁନ ଡିସଅର୍ଡର ରୋଗରେ ପୀଡ଼ିତ ଥିଲେ। ଏହା ଏକ ବ୍ଲଡ ରିଲେଟେଡ ରୋଗ। ଏହି କାରଣ ପାଇଁ ସ୍ନେହା ଏତେ ଦୁର୍ବଳ ହୋଇଯାଇଥିଲେ ଯେ, ନିଜ ଗୋଡରେ ଅଧା ଘଣ୍ଟାରୁ ଅଧିକ ସମୟ ମଧ୍ୟ ସେ ଛିଡା ହୋଇପାରୁ ନ ଥିଲେ। ଏକ ସାକ୍ଷାତକାରରେ ନିଜେ ସ୍ନେହା ଏହା କହିଥିଲେ। ଏଥିପାଇଁ ତାଙ୍କୁ ଚାଲିବା, ନୃତ୍ୟ କରିବା ଏବଂ ଶୁଟିଂ କରିବାରେ ଅସୁବିଧା ହେଉଥିଲା। ଏହି କାରଣ ପାଇଁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଅଭିନୟରୁ ଦୂରେଇ ଯାଇଥିବା ସେ କହିଥିଲେ। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଶେଷଥର ପାଇଁ ସ୍ନେହାଙ୍କୁ ୨୦୧୫ରେ ଫିଲ୍ମ ‘ବେଜୁବାନ ଇଶ୍କ’ରେ ଦେଖିବାକୁ ମିଳିଥିଲା।
ସ୍ନେହା ଦେଖିବାକୁ ସଲମାନଙ୍କ ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଏହି କାରଣ ପାଇଁ ସଲମାନ୍‌ କାଙ୍କୁ ଫିଲ୍ମରେ ସୁଯୋଗ ଦେଇଥିଲେ ବୋଲି କୁହାଯାଏ।

Share