କାହିଁକି ଅଲଗା ହୋଇଥିଲେ ସଲମାନ-ଐଶ୍ୱର୍ଯ୍ୟା…

ବମ୍ବେ: ଏକ ସମୟରେ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ ଜଣେ ଥିଲେ ସୁପରଷ୍ଟାର ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟ। ଫିଲ୍ମ ‘ହମ୍‌ ଦିଲ ଦେ ଚୁକେ ସନମ’ ଶୁଟିଂ ବେଳରୁ ହିଁ ଏହି ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ପରେ ପରସ୍ପରକୁ ଦୁଇ ବର୍ଷ ଧରି ଡେଟ୍‌ କରିଥିଲେ ଉଭୟ। ଏପରିକି ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ସବୁକିଛି ଅଧାରେ ରହିଯାଇଥିଲା। ଉଭୟ ଅଲଗା ହୋଇଯାଇଥିଲେ।

ସଲମାନ-ଐଶ୍‌ଙ୍କ ବ୍ରେକ୍‌ଅପ୍‌କୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ସ୍ବଭାବରେ ରାଗି ହୋଇଥିବାରୁ ଅଭିନେତାଙ୍କୁ ମହଙ୍ଗା ପଡ଼ିଥିଲା। ଏହାଛଡ଼ା ଶାରିରୀକ ଏବଂ ମାନସିକ ଭାବେ ସଲମାନ ତାଙ୍କୁ ଆଘାତ ଦେଉଥିଲେ ବୋଲି ନିଜେ ଐଶ୍‌ କହିଥିଲେ।

ଐଶ୍‌ଙ୍କ ପ୍ରେମରେ ପାଗଳ ଥିଲେ ସଲମାନ। ସବୁବେଳେ ସେ ତାଙ୍କୁ ଧମକ ଦେଉଥିଲେ। ଐଶଙ୍କୁ ତାହା ପସନ୍ଦ ଥିଲା। ୨୦୦୧ ମସିହାର କଥା। ଏକଦା ସଲମାନ ରାଗି ଯାଇ ଐଶ୍‌ଙ୍କ ଘରେ ପହଞ୍ଚିଥିଲେ। ଐଶ୍‌ କବାଟ ନ ଖୋଲିବାରୁ ଅଭିନେତା ଘଣ୍ଟାଏ ଯାଏ କବାଟ ବାଡେଇଥିଲେ। ଏପରିକି ସେ କବାଟ ନଖୋଲିଲେ ସେ କୋଠାରୁ ତଳକୁ ଡେଇଁ ପଡ଼ିବେ ବୋଲି ଧମକ ଦେଇଥିଲେ। ଏଥିରେ ଡରି ଐଶ୍‌ କବାଟ ଖୋଲିଥିଲେ।

କେବଳ ଏତିକି ନୁହେଁ ସଲମାନ ଐଶ୍‌ଙ୍କୁ ମାର୍‌ପିଟ କରୁଥିଲେ। ସହକଳାକାରଙ୍କ ସହ ସମ୍ପର୍କ ଥିବାକୁ ନେଇ ସଲମାନ ସନ୍ଦେହ ମଧ୍ୟ କରୁଥିଲେ। ଏସବୁ ଯୋଗୁ ସଲମାନଙ୍କଠାରୁ ଅଲଗା ହେବା ଶ୍ରେୟସ୍କର ବୋଲି ଐଶ୍‌ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଏ।

Share