୨୫ ବର୍ଷ ପରେ କରନ୍‌ଙ୍କ ଫିଲ୍ମରେ ନଜର ଆସିବେ ସଲମାନ୍‌; ଡିସେମ୍ବରରୁ ଶୁଟିଂ

ବମ୍ବେ: ପ୍ରାୟ ୨୫ ବର୍ଷ ପରେ ଲୋକପ୍ରିୟ ବଲିଉଡ୍‌ ଫିଲ୍ମନିର୍ମାତା କରନ୍‌ ଜୋହରଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି ସୁପରଷ୍ଟାର ସଲମାନ ଖାନ୍‌। କରନ୍‌ ନିର୍ଦ୍ଦେଶନା ନ ଦେଲେ ବି ଧର୍ମା ପ୍ରଡକ୍ସନ ଅଧୀନରେ ଏହି ଆକ୍ସନ ଥ୍ରିଲର ଫିଲ୍ମଟି ନିର୍ମାଣ ହେବ। ବିଷ୍ଣୁବର୍ଦ୍ଧାନ ଫିଲ୍ମର ନିର୍ଦ୍ଦେଶନା ଦେବେ। ନିର୍ମାତା ଫିଲ୍ମକୁ ନେଇ ପ୍ରସ୍ତୁତି ଶେଷ କରିଥିବା ବେଳେ ଚଳିତ ବର୍ଷ ଡିସେମ୍ବରରେ ଶୁଟିଂ ଆରମ୍ଭ ହେବ। ଏଥିରେ ସଲମାନ ଜଣେ ଭାରତୀୟ ସେନା ଅଫିସର ଭାବେ ନଜର ଆସିବେ।

ଶେଷ ଥର ଲାଗି ସଲମାନ କରନ୍‌ଙ୍କ ଫିଲ୍ମ ‘କୁଛ କୁଛ ହୋତା ହେ’ରେ କାମ କରିଥିଲେ। ସେହିଭଳି ବିଷ୍ଣୁବର୍ଦ୍ଧାନ ‘ଶେରଶାହ’ ପରେ ସଲମାନ ଏବଂ କରନଙ୍କ ସହ ମିଶି ଦ୍ୱିତୀୟ ଫିଲ୍ମ ପ୍ରସ୍ତୁତ କରିବେ। ନାୟିକା ଭାବେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ, ଅନୁଷ୍ପା ସେଟ୍ଟି ଏବଂ ତୃଷା କୃଷ୍ଣନଙ୍କ ସହ କଥାବାର୍ତ୍ତା କରାଯାଉଛି। ଫିଲ୍ମର ସ୍କ୍ରିପ୍ଟ, ସ୍କ୍ରିନପ୍ଲେ ଏବଂ ଡାଏଲଗ୍‌ ଫାଇନାଲ ହୋଇସାରିଥିବା କୁହାଯାଉଛି।

Share