ଦୀପାବଳିରେ ରିଲିଜ୍‌ ହେବ ‘ଟାଇଗର-୩’, ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର

ମୁମ୍ବାଇ: ଅଭିନେତା ସଲମାନ ଖାନ ଏବଂ କାଟ୍ରିନା କୈଫ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର-୩’କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହାର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଏନେଇ ଅଭିନେତା ନିଜେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଶେୟାର କରିଛନ୍ତି । ଆଉ କ୍ୟାପଶନରେ ଲେଖିଛନ୍ତି, ମୁଁ ଆସୁଛି। ଦୀପାବଳିରେ ଆପଣଙ୍କ ନିକଟ ସିନେମାହଲରେ ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବ।

Share