ଦୀପାବଳିରେ ରିଲିଜ ହେବ ‘ଟାଇଗର ୩’

ବମ୍ବେ: ଅନେକ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ସଲମାନ୍‌ ଖାଁ। ଅଭିନେତାଙ୍କ ଫିଲ୍ମ ‘ଟାଇଗର-୩’ର ରିଲିଜକୁ ପ୍ରଶଂସକ ଅପେକ୍ଷା କରି ରହିଥିଲେ। ଏବେ ସଲମାନ ଫିଲ୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଦୀପାବଳିରେ ସଲମାନଙ୍କ ଏହି ଫିଲ୍ମ ରିଲିଜ ହେବ। ଫିଲ୍ମଟି ହିନ୍ଦୀ ସହ ତାମିଲ ଏବଂ ତେଲୁଗୁରେ ବି ରିଲିଜ ହେବ।

‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ପରେ ‘ଟାଇଗର ୩’ରେ କଟ୍ରିନା କୈଫ-ସଲମାନଙ୍କ ଯୋଡ଼ିକୁ ଦର୍ଶକେ ଦେଖିବାକୁ ପାଇବେ। ପ୍ରଥମେ ଏହା ଇଦରେ ରିଲିଜ ହେବ ବୋଲି କୁହାଯାଉଥିଲା। ହେଲେ ଏବେ ଏହାର ରିଲିଜ ଡେଟ୍‌କୁ ଘୁଞ୍ଜାଇ ଦିଆଯାଇଛି। ଏହା ଏବେ ଦୀପାବଳିରେ ରିଲିଜ ହେବ।

ଏହି ଫିଲ୍ମ ବ୍ୟତିତ ସଲମାନଙ୍କ ‘କିସି କା ଭାଇ କିସି କା ଜାନ’ର ଅପେକ୍ଷାରେ ମଧ୍ୟ ଅଛନ୍ତି ସଲମାନ। ଏହି ଫିଲ୍ମରେ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ବଲିଉଡ୍‌ରେ ଡେବ୍ୟୁ କରିବେ। ଏହାଛଡ଼ା ଶେହନାଜ ଗିଲ ମଧ୍ୟ ନଜର ଆସିବେ। ଚଳିତ ବର୍ଷ ଡିସେମ୍ବରେ ଏହା ରିଲିଜ ହେବ ବୋଲି କୁହାଯାଉଛି।

Share