ସଂଗିତା, ଶାହିନ୍ ଏମିତିକି କଟ୍ରିନାଙ୍କୁ ମଧ୍ଯ ମାରପିଟ୍ କରିଛନ୍ତି ସଲମାନ: ସୋମି ଅଲ୍ଲୀ

ବମ୍ବେ: ବିଗତ ଦିନରେ ଅଭିନେତା ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଛି। ସେଥିରୁ ଜଣେ ହେଉଛନ୍ତି ସୋମି ଅଲ୍ଲୀ। ଅନ୍ୟ ଅଭିନେତ୍ରୀ ଭାଇଜାନଙ୍କ ସହ ନିଜ ସମ୍ପର୍କକୁ ନେଇ ଚୁପ୍ ରହିବାକୁ ପସନ୍ଦ କରୁଥିବା ବେଳେ ସୋମି ଖୋଲାେଖାଲି ଭାବେ ତାଙ୍କୁ ଟାର୍ଗେଟ କରିଥାନ୍ତି। ଏହି କ୍ରମରେ ସୋମି ଏବେ ବଡ ଖୁଲାସା କରିଛନ୍ତି।

 

ଇନଷ୍ଟାଗ୍ରାମରେ ନିଜର ପୁରୁଣା ଫଟୋ ଶେୟାର କରିଛନ୍ତି ସୋମି। ଫଟୋଟି ତାଙ୍କୁ ୧୭ ବର୍ଷ ହେବା ସମୟର। ଏଥିରେ ସୋମି ଲେଖିଛନ୍ତି, ଭଗବାନ ସଲମାନଙ୍କୁ କେବେବି କ୍ଷମା କରିବେ ନାହିଁ। ସେ ଏକ ୧୭ ବର୍ଷ ଝିଅର ସୁଖଶାନ୍ତି ଛଡାଇ ନେଇଥିଲେ। ସେ ଠିକ୍ ତାଙ୍କ ବାପାଙ୍କ ଭଳି, ଯିଏ ତାଙ୍କ ମାଙ୍କ ସହ ଖରାପ ବ୍ୟବହାର କରିଥିଲେ। ତୁମେ ନିଜ ମାଙ୍କୁ ସୁରକ୍ଷିତ ରଖି ପାରିଲ ନାହିଁ। ହେଲେ ନିଜ ବାପାଙ୍କୁ ଆଦର୍ଶ ବୋଲି କହୁଛ। ତୁମେ ସଂଗିତା,  ଶାାହିନ ଏବଂ ଅନ୍ୟ ଅଭିନେତ୍ରୀଙ୍କୁ ମାରପିଟ୍ କରିଛ। କେବଳ ଏତିକି ନୁହେଁ କଟ୍ରିନା ମଧ୍ଯ ମୋତେ କଲ୍ କରି କହିଥିଲେ। ସବୁକିଛି ମୁଁ ନିଜ ଅଟୋବାୟୋଗ୍ରାଫିରେ ଲେଖିବି ବୋଲି ସୋମି କହିଛନ୍ତି।

Share