ଜିମ୍‌ କରୁଥିବା ବେଳେ ହୃଦଘାତ: ଆଖି ବୁଜିଲେ ସଲମାନଙ୍କ ବଡି ଡବଲ୍‌ ସାଗର ପାଣ୍ଡେ

ବମ୍ବେ: ହୃଦ୍‌ଘାତରେ ଆଖି ବୁଜିଲେ ବଲିଉଡ୍‌ର ଦବଙ୍ଗ ଖାଁ ସଲମାନଙ୍କ ବଡି ଡବଲ୍‌ ଭାବେ ପରିଚିତ ସାଗର ପାଣ୍ଡେ। ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ତାଙ୍କୁ ହୃଦଘାତ ଆସିଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୫୦ ବର୍ଷ ବୟସ ହୋଇଥିବା ବେଳେ ସେ ସଲମାନଙ୍କ ସହ ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ନଜର ଆସିଛନ୍ତି।

ସଲମାନଙ୍କ ‘ବଜରଙ୍ଗୀ ଭାଇଜାନ, ଟ୍ୟୁବଲାଇଟ୍‌, ପ୍ରେମ ରତନ ଧନ ପାୟୋ, ଦବଙ୍ଗ, ଦବଙ୍ଗ ୨ ଏବଂ ଟେଲିଭିଜନ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ରେ ମଧ୍ୟ ସେ ନଜର ଆସିଛନ୍ତି। ବ୍ୟକ୍ତିଗତ ଜୀବନ ଦେଖିଲେ ସାଗର ଉତ୍ତରପ୍ରଦେଶର ପ୍ରତାପଗଡ଼ର ବାସିନ୍ଦା। ସେ ମୁମ୍ବାଇ ଜଣେ ଅଭିନେତା ହେବାକୁ ଆସିଥିଲେ। ସେଥିରେ ସଫଳ ନ ହେବାରୁ ସେ ବଡି ଡବଲ ଭାବେ ନିଜର ଗୁଜରାଣ ମେଣ୍ଟାଉଥିଲେ। ତେବେ ସେ ସଲମାନଙ୍କ ଭଳି ଅବିବାହିତ ଥିଲେ। ତାଙ୍କର ପାଞ୍ଚ ଭାଇ ଅଛନ୍ତି। ସେମାନଙ୍କଠାରୁ ସାଗରଙ୍କ ରୋଜଗାର ଅଧିକ ଥିବାରୁ ସେ ପୁରା ଘରର ଖର୍ଚ୍ଚ ଉଠାଉଥିଲେ। ଏବେ ହଠାତ ତାଙ୍କର ମୃତ୍ୟୁ ପରିବାରକୁ ଶକ୍ତ ଆଘାତ ଦେଇଛି।

Share