ଦବଙ୍ଗ ଖାନ୍‌ ପାଖେ ପାଖେ ଛାଇ ଭଳି ରହିଥାନ୍ତି ବଡିଗାର୍ଡ ଶେରା: କୋଟିରେ ନିଅନ୍ତି ଦରମା

ବମ୍ବେ:ସେଲିବ୍ରିଟି ହେବା ପରେ କଳାକାରଙ୍କୁ ଘାରିଥାଏ ସୁରକ୍ଷା ଚିନ୍ତା। କାରଣ ସର୍ବସାଧାରଣ ସ୍ଥାନରେ ଏମାନଙ୍କୁ ଦେଖିବା ମାତ୍ରକେ ପ୍ରଶଂସକମାନେ ଘେରିଯାଇଥାନ୍ତି। ଏହି ଭିଡରୁ କଳାକାରମାନଙ୍କୁ ରକ୍ଷା କରିବାର କାମ କରିଥାନ୍ତି ତାଙ୍କର ବଡିଗାର୍ଡ। ଛାଇ ଭଳି ଏମାନେ ଅଭିନେତା ନଚେତ ଅଭିନେତ୍ରୀଙ୍କ ପାଖେ ପାଖେ ରହିଥାନ୍ତି। ସବୁ ଛୋଟ ବଡ଼ ବିପଦରୁ ଏମାନେ ତାଙ୍କୁ ରକ୍ଷା କରିଥାନ୍ତି। ଏଥିପାଇଁ ବଡିଗାର୍ଡମାନେ ନେଇଥାନ୍ତି ମୋଟା ଅଙ୍କର ପାଉଣା। ନିଜେ ‘ବଡିଗାର୍ଡ’ ଫିଲ୍ମରେ ନଜର ଆସିଥିବା ସଲମାନଙ୍କ ଶେରା ନାମକ ବ୍ୟକ୍ତି ସବୁବେଳେ ରହିଥାନ୍ତି। ବଡିଗାର୍ଡ ଶେରାଙ୍କୁ ଭାଇଜାନ ନିଜର ପରିବାରର ସଦସ୍ୟ ବୋଲି ଭାବିଥାନ୍ତି। ତେବେ ତାଙ୍କର ପ୍ରକୃତ ନାମ ଗୁରମିତ ସିଂହ ଜଲି। ୧୯୯୮ରେ ସଲମାନଙ୍କୁ ପ୍ରଥମେ ଭେଟିଥିଲେ ସେ। ସେବେଠାରୁ ସେ ସଲମାନଙ୍କ ଛାଇ ଭଳି ଅଛନ୍ତି। ଯାହା ଶୁଣାଯାଏ ଶେରା ସଲମାନଙ୍କଠାରୁ ବର୍ଷକୁ ଦୁଇ କୋଟି ଟଙ୍କା ଦରମା ନେଇଥାନ୍ତି।

Share