ହତ୍ୟା ଧମକ ମଧ୍ୟରେ ବୁଲେଟ ପ୍ରୁଫ ଗାଡି କିଣିଲେ ସଲମାନ

ମୁମ୍ବାଇ: ଗତ କିଛି ମାସ ହେବ ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ହତ୍ୟା ଧମକ ମିଳୁଛି। ଲରେନ୍ସ ବିଶ୍ନୋଇ ଓ ତାଙ୍କ ଗ୍ୟାଙ୍ଗ ପକ୍ଷରୁ ଏହି ହତ୍ୟା ଧମକ ଦିଆଯାଇଛି। ଲଗାତାର ମିଳୁଥିବା ଧମକ ପରେ ଅଭିନେତାଙ୍କୁ ଓ୍ବାଇ ପ୍ଲସ କାଟାଗୋରୀର ସିକ୍ୟୁରିଟି ଦିଆଯାଇଛି। ଏବେ ସଲମାନ ତାଙ୍କ ସୁରକ୍ଷାର ବନ୍ଦୋବସ୍ତ ନିଜେ କରିଛନ୍ତି।
ଇତିମଧ୍ୟରେ ସଲମାନ ଏକ ନୂଆ ବୁଲେଟ ପ୍ରୁଫ କାର ନେଇଛନ୍ତି। ସବୁବେଳେ ସଲମାନ ସାନଦାର ବୁଲେଟ ପ୍ରୁଫ ହ୍ବାଇଟ କାରରେ ବୁଲୁଥିବା ଦେଖାଯାଏ। ଏବେ ସଲମାନ ଯେଉଁ ବୁଲେଟ ପ୍ରୁଫ ଗାଡି ନେଇଛନ୍ତି ଏହା ନିସାନ ପେଟ୍ରୋଲ ଏସୟୁଭି ଗାଡି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି କାର ଏବେ ଇଣ୍ଡିଆନ ମାର୍କେଟରେ ଆଭେଲେବଲ ନାହିଁ। ଏହା ସ୍ବତନ୍ତ୍ର ଭାବେ ସଲମାନ ଇମ୍ପୋର୍ଟ କରିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ସଲମାନଙ୍କ ବୁଲେଟ ପ୍ରୁଫ କାର ବି୬ ଅବା ବି୭ ଲେବଲର ସିକ୍ୟୁରିଟି ବାଲା କାର। ବି୬ ବାଲେଷ୍ଟିକ ପ୍ରୋଟେକ୍ସନ ଓ ୪୧ ଏମଏମ ମୋଟା ଗ୍ଲାସ ସହ ହାଇ ପାଓ୍ବାର ରାଇଫଲ ଆକ୍ରମଣରେ ବି କାରରେ ଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାଏ। ସେହିପରି ବି୭ ୭୮ ଏମଏମ ମୋଟା ଗ୍ଲାସସହ କାର ଭିତରେ ବସିଥିବା ବ୍ୟକ୍ତିଙ୍କୁ ଆରମର-ପିୟର୍ସିଙ୍ଗ ରାଉଣ୍ଡରୁ ସୁରକ୍ଷା ଦେଇଥାଏ।

Share