ବିଗ ବସ୍‌ ହୋଷ୍ଟିଂ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି ସଲମାନ ଖାନ

ଭାରତୀୟ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ’ ବିଗ ବସ ୧୭ର ଗ୍ରାଣ୍ଡ ପ୍ରିମିୟର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ଶୋ ଅକ୍ଟୋବର ୧୪ରେ କଲର୍ସ ଟିଭିରେ ପ୍ରସାରଣ ଆରମ୍ଭ ହେବ। କିନ୍ତୁ ଶୋ’ ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଅଛି ଯେ ବିଗ ବସ ୧୭ର ହୋଷ୍ଟିଂ ପାଇଁ ସଲମାନ ଖାନ କେତେ ଫି ନେଉଛନ୍ତି?
ବିଗ ବସ ଶୋ’ର ଆୟୋଜନ ପାଇଁ ସଲମାନ ଖାନଙ୍କୁ ବିପୁଳ ପରିମାଣର ଅର୍ଥ ଦିଆଯାଉଛି। ସୁପରଷ୍ଟାର ପ୍ରତି ସପ୍ତାହରେ ୧୨ କୋଟି ଟଙ୍କା ଶୁଳ୍କ ଆଦାୟ କରୁଛନ୍ତି। ଶନିବାର ଏବଂ ରବିବାର ଦିନ ସଲମାନ ଖାନ ଏହି ଶୋ’ର ହୋଷ୍ଟିଂ କରନ୍ତି। ଅର୍ଥାତ୍‌ ସେ ପ୍ରତି ଏପିସୋଡ ପାଇଁ ୬ କୋଟି ଟଙ୍କା ରୋଜଗାର କରନ୍ତି। କେବଳ ଏତିକି ନୁହେଁ, ଯଦି ଶୋ ଏହାର ନିର୍ଦ୍ଧାରିତ ସମୟଠାରୁ ଅଧିକ କିମ୍ବା ପ୍ରାୟ ଚାରିମାସ ପର୍ଯ୍ୟନ୍ତ ଚାଲିବ, ତେବେ ସଲମାନ ଖାନ ସମଗ୍ର ସିଜିନ୍‌ ପାଇଁ ୨୦୦ କୋଟି ଟଙ୍କା ରୋଜଗାର କରିବେ।

Share