‘କିସି କା ଭାଇ କିସି କି ଜାନ’ ଫିଲ୍ମ ପାଇଁ ସଲମାନ ନେଇଛନ୍ତି ଏତିକି କୋଟି…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜର ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ଆଉ କିଛି ଦିନ ବାକି ଅଛି। ଏହା ଏକ ମଲ୍ଟିଷ୍ଟାର୍‌ ଚଳଚ୍ଚିତ୍ର। ବର୍ତ୍ତମାନ ଏହି ଚଳଚ୍ଚିତ୍ର ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଫି’ ନେଇଛନ୍ତି। କହିରଖୁଛୁ,
ଏହି ଚଳଚ୍ଚିତ୍ର ପାଇଁ ସଲମାନ ଖାନ ସର୍ବାଧିକ ଟଙ୍କା ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସଲମାନ ଖାନ ‘କିସି କା ଭାଇ କିସି କି ଜାନ’ ପାଇଁ ୧୨୫ କୋଟି ଟଙ୍କା ନେଇଛନ୍ତି। ଏଥିରେ ପୂଜା ହେଗଡେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିବେ। ସେ ୬ କୋଟି ଟଙ୍କା ନେଇଛନ୍ତି। ତେଲୁଗୁ ସିନେମାର ସୁପରଷ୍ଟାର ଭେଙ୍କଟେଶ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଯେଉଁଥିପାଇଁ ସେ ୬ କୋଟି ଟଙ୍କା ଫି’ ନେଇଛନ୍ତି। ସେହିପରି ଲୋକପ୍ରିୟ ପଞ୍ଜାବୀ ଅଭିନେତା ତଥା ଗାୟକ ଜସି ଗିଲ ମଧ୍ୟ ସଲମାନ ଖାନଙ୍କ ଫିଲ୍ମରେ ନଜର ଆସିବେ ଏବଂ ସେ ୬୦ ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି। ଏଥି ସହିତ କୋରିଓଗ୍ରାଫର ତଥା ଅଭିନେତା ରାଘବ ଜୁୟାଲ ଏହି ସିନେମାରେ କାମ କରିବା ପାଇଁ ୭୦ ଲକ୍ଷ ଟଙ୍କା ନେଇଥିବା ବେଳେ ପ୍ରଥମ ଥର ପାଇଁ ବଲିଉହରେ ଡେବ୍ୟୁ କରିଥିବା ଶେହନାଜ ଗିଲ ଏହି ଫିଲ୍ମ ପାଇଁ ୫୦ ଲକ୍ଷ ଟଙ୍କା ନେଇଛନ୍ତି।

Share