ବଲିଉଡରେ ୩୫ ବର୍ଷ ପୂରଣ କଲେ ଭାଇଜାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ୨୬ ଅଗଷ୍ଟରେ ତାଙ୍କ ବଲିଉଡ କ୍ୟାରିୟରର ୩୫ ବର୍ଷ ପୂରଣ କରିଛନ୍ତି। ଅଭିନେତା ୧୯୮୮ରେ ମୁଭି ‘ବିବି ହୋତୋ ଐସି’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ମୈନେ ପ୍ୟାର କିୟା, ବାଗି, ସନମ ବଓ୍ବୋଫା, ପଥର କେ ଫୁଲ, ସାଜନ ଭଳି ମୁଭିରେ କାମ କରିଥିଲେ ଓ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ ମୁଭି ଭେଟି ଦେଇଥିଲେ।
ଆକ୍ଟିଂ କ୍ୟାରିୟରେ ୩୫ ବର୍ଷ ପୂରଣ କରିବା ପରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଲମାନ ତାଙ୍କ ମୁଭିର କିଛି ଦୃଶ୍ୟର ଏକ କୋଲାଜ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁଭିରୁ କିଛି ପ୍ରସିଦ୍ଧ ସଂଳାପ ଏବଂ ଗୀତ ଷ୍ଟେପ ଅଛ। ଭିଡିଓ ସେୟାର କରିବାବେଳେ, ସଲମାନ ଲେଖିଛନ୍ତି- ‘୩୫ ବର୍ଷ ୩୫ ଦିନ ଭଳି ବିତିଗଲାଣି, ଆପଣଙ୍କ ଭଲପାଇବା ପାଇଁ ଧନ୍ୟବାଦ।’
ଭାଇଜାନଙ୍କ ଏହି ଭିଡିଓରେ ପ୍ରଶଂସକମାନେ ବହୁତ କମେଣ୍ଟ କରୁଛନ୍ତ। ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି- ‘ଏଠାରେ ଆଉ ଜଣେ ସଲମାନ ଖାନ ରହିପାରିବେ ନାହିଁ।’ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି- ‘ଯଦିଓ ମୁଁ ବୃଦ୍ଧ ହେବି, ସଲମାନ ଖାନ ସର୍ବଦା ମୋର ପ୍ରିୟ ହେବେ।’ ଏହା ବ୍ୟତୀତ ଆଉ ଜଣେ ଲେଖିଛନ୍ତି- ‘ବଲିଉଡ ଇଣ୍ଡଷ୍ଟ୍ରିରେ ୩୫ବର୍ଷ ପୂରଣ କରିଥିବାରୁ ଅଭିନନ୍ଦନ ଏବଂ ଆମକୁ ମନୋରଞ୍ଜନ ଦେଇଥିବାରୁ ଅନେକ ଧନ୍ୟବାଦ।’
ସଲମାନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ବଡ ପରଦାରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ‘ବିଗ ବସ ଓଟିଟି ୨’ ହୋଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ତାଙ୍କର ବହୁ ପ୍ରତୀକ୍ଷିତ ଆଗାମୀ ଫିଲ୍ମ ‘ଟାଇଗର ୩’ରେ ନଜର ଆସିବେ। ମନୀଷ ଶର୍ମା ୟଶ ଚୋପ୍ରାଙ୍କ ବ୍ୟାନରରେ ନିର୍ମିତ ‘ଟାଇଗର ୩’ ର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମ ୧୦ ନଭେମ୍ବର ୨୦୨୩ରେ ମୁକ୍ତିଲାଭ କରିବ।

Share