ବଲିଉଡରେ ଭାଇଜାନଙ୍କ ୩୪ ବର୍ଷ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ଦେଶ ବିଦେଶରେ ବେଶ ପରିଚିତ । ଦେଶ ଠାରୁ ବିଦେଶ ସବୁଠି ସଲମାନଙ୍କର ରହିଛି ଏକ ଭିନ୍ନ ପରିଚୟ । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ଫଲୋଇଂ ବି ବହୁ ଅଧିକ । ୧୯୮୮ରେ ସଲମାନ ‘ବିବି ହୋ ତୋ ଏସି’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏଥିରେ ଏକ ଛୋଟ ଭୂମିକାରେ ଆସିବା ପରେ ୧୯୮୯ରେ ‘ମେନେ ପ୍ୟାର କିୟା’ ମାଧ୍ୟରେ ସେ ବଲିଉଡରେ ତିଆରି କଲେ ସ୍ୱତନ୍ତ୍ର ପରିଚୟ । ଏହାସହ ଦର୍ଶକଙ୍କ ନିକଟତର ହେଲେ । ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଆଜି ସେ ବଲିଉଡରେ ଆଗ ଧାଡିର ନାୟକ ସାଜିଛନ୍ତି । କେବଳ ସେତିକି ନୁହେଁ ବଲିଉଡରେ ୩୪ ବର୍ଷ ପୂରଣ କରିଛନ୍ତି ସଲମାନ । ଏହି ଅବସରରେ ସୋସିଆଲ ମିଡିଆରେ #34YearsOfSalmanKhanEra ଟ୍ରେଣ୍ଡ କରୁଛି । ୩୪ ବର୍ଷ ପୂରଣ ଅବସରରେ ସଲମାନ ତାଙ୍କ ନୂଆ ଫିଲ୍ମ ‘କିସି କା ଭାଇ..କିସିକି ଜାନ’ ଘୋଷଣା କରିଛନ୍ତି । ଏହାର ଏକ ଝଲକ ବି ସଲମାନ ଶେୟାର କରିଛନ୍ତି । ’୩୪ ସାଲ ପହଲେ ଅବ ଥା ଔର ୩୪ ସାଲ ବାଦ ଭି ଅବ ହୈ । ମୋଜୀବନ ଯାତ୍ରା କେଉଁଠୁ ଆରମ୍ଭ ହୋଇନାହିଁ, ଏହା ଏବେ ୨ଟି ଶବ୍ଦରେ ତିଆରି ହୋଇଛି । ମୋ ସହ ରହିଥିବାରୁ ଧନ୍ୟବାଦ । ଏମିତି ଭାବେ ବଲିଉଡ୍‌ରେ ୩୪ ବର୍ଷ ପୂରଣ କରିବା ପରେ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ସଲମାନ।

Share