ସଲମାନଙ୍କ ସୁରକ୍ଷାକୁ ନେଇ ଆଲର୍ଟରେ ମୁମ୍ବାଇ ପୋଲିସ: ଅଭିନେତାଙ୍କ ଘର ବାହାରେ ପ୍ରଂଶସକଙ୍କୁ ବାରଣ

ମୁମ୍ବାଇ,୨୧।୩: ନିକଟରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଏକ ଇମେଲ୍‌ ମିଳିଥିଲା। ଏହାପରେ ମୁମ୍ବାଇ ପୋଲିସ ଅଭିନେତାଙ୍କ ଘର ବାହାରେ ସୁରକ୍ଷାକୁ କଡ଼ାକଡ଼ି କରିଦେଇଛି। ଏଥିସହ ସତର୍କତା ଅବଲମ୍ବନ କରି ପୋଲିସ ସଲମାନଙ୍କ ପ୍ରଶଂସକଙ୍କୁ ମଧ୍ୟ ବାରଣ କରିଛି। ଅଭିନେତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ତାଙ୍କ ସହଯୋଗୀ ଗୋଲଡି ବ୍ରାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ସଲମାନଙ୍କ ସୁରକ୍ଷା ଅଧୀନରେ ଦୁଇ ସହକାରୀ ପୋଲିସ ଇନ୍ସପେକ୍ଟର(ଏପିଆଇ) ର଼୍ୟାଙ୍କ ଅଧିକାରୀ ଏବଂ ୮-୧୦ କନଷ୍ଟେବଳ ୨୪ଘଣ୍ଟା ନିୟୋଜିତ ହେବେ। ଏଥିସହ ସଲମାନଙ୍କ ପ୍ରଶଂସକଙ୍କୁ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ତାଙ୍କ ଘର ଏବଂ ଅଫିସ ବାହାରେ ଭିଡ ଜମାଇବାକୁ ଅନୁମତି ଦିଆଯିବନାହିଁ ବୋଲି ପୋଲିସ ଅଧିକାରୀ କହିଛନ୍ତି। ଏହାପୂର୍ବରୁ ପୋଲିସ ସଲମାନ ଖାନଙ୍କୁ ଓ୍ବାଇ ପ୍ଲସ୍‌ ବର୍ଗ ସୁରକ୍ଷା ଯୋଗାଇ ଦେଇଥିଲା ଏବଂ ସେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ ବୁଲେଟ ପ୍ରୁଫ କାରରେ ବୁଲୁଥିଲେ।
Share